ମହାକାଶରେ ଖୋଲିବ ହୋଟେଲ! ଆଗୁଆ କରିବାକୁ ପଡିବ ବୁକିଂ, ଜାଣନ୍ତୁ ଦେବାକୁ ପଡିବ କେତେ ଟଙ୍କା

69

ମହାକାଶରେ ରହିଲେ କେମିତି ଲାଗେ । ମହାକାଶଚାରୀ ଏତେ ଦିନ ମହାକାଶରେ କିଭଳି ରହୁଛନ୍ତି । ମହାକାଶର ୁ ପୃଥିବୀ କିଭଳି ଦେଖାଯାଏ ।ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରେ ।କିନ୍ତୁ ସାଧାରଣ ଲୋକ ଏଭଳି ପ୍ରଶ୍ନର ଉତ୍ତର ଖୁବଶୀଘ୍ର ପାଇଯିବେ । କାରଣ ମହାକାଶରେ ବିଳାସପୂର୍ଣ୍ଣ ହୋଟେଲ ତିଆରି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରିପୋର୍ଟ ମୁତାବିକ ୨୦୨୨ ମସିହା ବେଳକୁ ମହାକାଶରେ ହେବାକୁ ଥିବା ହୋଟେଲରେ ଲୋକ ରହିବା ଆରମ୍ଭ କରିବେ । ତେବେ ନିର୍ମାଣ ହେବାକୁ ଥିବା ହୋଟେଲ ବିଷୟରେ ଆସନ୍ତୁ ଜାଣିବା ।

ମହାକାଶରେ ହେବାକୁ ଥିବା ହୋଟେଲର ନାମ ଆରୋରା ଷ୍ଟେସନ ରହିବ । ଏହି ବିଳାସପୂର୍ଣ୍ଣ ହୋଟେଲକୁ ନିର୍ମାଣ କରିବାକୁ ଆମେରିକାର ସ୍ପେଶ ଟେକ୍ନୋଲୋଜି ଷ୍ଟାର୍ଟଅପ କମ୍ପାନି ଓରିୟନ ସ୍ପେନ ଘୋଷଣା କରିଛି । ମହାକାଶରେ ହେବାକୁ ଥିବା ପ୍ରଥମ ହୋଟେଲର ଲମ୍ବ ୪୩.୫ ଫୁଟ ଓ ଚଉଡା ୧୪.୦୧ ଫୁଟ୍ ରହିବ । ଯେଉଁଠାରେ ଏହି ହୋଟେଲର ପ୍ଲାଟଫର୍ମ ସ୍ଥାପନା କରାଯିବ ତାହା ପୃଥିବୀର କକ୍ଷପଥ ଠାରୁ ୩୨୧ କିଲୋମିଟର ଦୂରରେ ରହିବ ।

ଏହି ହାଇଟେକ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଏକ ପ୍ରାଇଭେଟ ଜେଟର ଆକାର ଦିଆଯିବ । ଯାହା ୯୦ ମିନିଟରେ ଗୋଟିଏ କକ୍ଷରୁ ଅନ୍ୟ କକ୍ଷକୁ ଯାଇପାରିବ । ଏହି ହୋଟେଲରେ ଦୁଇ କ୍ରୁ ମେମ୍ବର ଓ ଚାରି ଜଣ ଯାତ୍ରୀ ରହିପାରିବେ । ମହାକାଶରେ ଥିବା ଏହି ହୋଟେଲରେ ପହଞ୍ଚିବା ଓ ଫେରିବା ପାଇଁ ୧୨ ଦିନ ସମୟ ଲାଗିବ । ତେବେ ଯଦି ହୋଟେଲର ରହଣି ଖର୍ଚ୍ଚ ଦେଖିବା ତାହାଲେ ଏଠାରେ ସମୟ ବିତାଇବା ପାଇଁ ଗ୍ରାହକଙ୍କୁ ୬୧ କୋଟି ବା ୯.୫ ମିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ମହାକାଶରେ ଥିବା ଏହି ଲଗଜ୍ୟୁରୀ ହୋଟେଲରେ ରହିବା ପାଇଁ ହେଲେ ଆଗୁଆ ବୁକିଂ କରିବାକୁ ପଡିବ । ଆଉ ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୫୧ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେବାକୁ ପଡିବ । ତେବେ ହୋଟେଲ ନିର୍ମାଣ ଆଗରୁ ହଲିଉଡ ସେଲିବ୍ରିଟି ଟମ୍ ହେକ୍ସ, ଲିଉନାର୍ଡୋ ଡିକାପ୍ରିୟୋ, କେଟି ପେରୀ ଏହି ହୋଟେଲରେ ରହିବା ପାଇଁ ଅଗ୍ରୀମ ବୁକିଂ କରି ସାରିଛନ୍ତି ।