ବିଜୁ ଯୁବ ବାହିନୀ ପିଛା ସରକାର ଖର୍ଚ୍ଚ କରିଛନ୍ତି କେତେ ଟଙ୍କା ? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

Advertisment
ବିଜୁ ଯୁବ ବାହିନୀ ପିଛା ସରକାର ଖର୍ଚ୍ଚ କରିଛନ୍ତି କେତେ ଟଙ୍କା ? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

କନକ ବ୍ୟୁରୋ : ବିଜୁ ଯୁବ ବାହିନୀ ବାବଦକୁ ରାଜ୍ୟ ସରକାର ୧୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏନେଇ ଗୃହରେ ଉତ୍ତର ରଖିଛନ୍ତି କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଲୋକଙ୍କୁ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ କରିଥିଲେ । ଏଥିରେ କେତେ ଯୁବକ ଯୁବତୀ ସାମିଲ ହୋଇଛନ୍ତି? ଏହି ବିଜୁ ଯୁବ ବାହିନୀ ବାବଦକୁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଏହାର ବର୍ତ୍ତମାନ ସ୍ଥିତି କଣ ବୋଲି ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହାର ଜବାବରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳେରେ ସମାଜ ସେବା କାର୍ଯ୍ୟକ୍ରମ ହାତକୁ ନେଇ ଏହାର ସୁପରିଚାଳନା କରିଥାଏ । ଏଥିରେ ୨,୭୯, ୨୬୮ ଜଣ ଯୁବକ ଯୁବତୀ ସାମିଲ ହୋଇଥିଲେ । ରାଜ୍ୟ ସରକାର ବିଜୁ ଯୁବ ବାହିନୀ ପାଇଁ ୨୦୧୯-୨୦ ଶେଷ ସୁଦ୍ଧା ୧୩୦,୧୩,୬୦,୪୪୮ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଗତ ୩ଟି ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ରାଜ୍ୟ ବଜେଟରେ କୌଣସି ବ୍ୟୟବରାଦ କରାଯାଇନଥିବାରୁ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାଯାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe