କୋଭିଡ ମୁକାବିଲା ପାଇଁ କେତେ ଟଙ୍କା ହୋଇଛି ଖର୍ଚ୍ଚ? ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

89

କନକ ବ୍ୟୁରୋ : କୋଭିଡ ପାଇଁ କେତେ ଖର୍ଚ୍ଚ ହୋଇଛି? କିଏ କେତେ ଟଙ୍କା ଦେଇଛି? ରାଜ୍ୟ କେତେ ଖର୍ଚ୍ଚ କରିଛି ଓ କେନ୍ଦ୍ର କେତେ ଅନୁଦାନ ଦେଇଛି । କରୋନା କାଳରେ ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଆସୁଛି । ସାଧାରଣ ଲୋକ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ବାସ୍ତବରେ କରୋନା ମୁକାବିଲାରେ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ସରକାର । ଆଉ ଏହାର ଉତ୍ତର ଆଜି ବିଧାନସଭାରେ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ ମୁକାବିଲା ପାଇଁ ସରକାର ୧୦୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି,  ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ ପାଇଁ  ୧୦୪୦ କୋଟି ୧୯ ଲକ୍ଷ ୨୭ ହଜାର ୬୦୫ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ ୩୮ କୋଟି ୮୬ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି କୋରାପସ୍ୱଙ୍କ ଜିଲ୍ଲାର ବିଧାୟକ ମାନଙ୍କ ପାଣ୍ଠିରୁ ମୋଟ ୭୭ ଲକ୍ଷ ୩୮ ହଜାର ୪୨୦ ଟଙ୍କା ସହାୟତା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।