କନକ ବ୍ୟୁରୋ: ଆସିଲା କେନ୍ଦ୍ରୀୟ ବଜେଟ୍ । ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି । ଖାସ୍ କରି ଯୁବବର୍ଗଙ୍କ ଉପରେ ବଜେଟରେ ଫୋକସ୍ କରିଛନ୍ତି କେନ୍ଦ୍ର ସରକାର । ତେବେ ନଜର ପକାନ୍ତୁ, ଏଥର ବଜେଟରେ କେଉଁ ବିଭାଗକୁ ମିଳିଛି କେତେ ଟଙ୍କା? ବଜେଟରେ ପ୍ରତିରକ୍ଷା ବିଭାଗକୁ ମିଳିଛି ୪,୫୪,୭୭୩ କୋଟି ଟଙ୍କା । ସେହିପରି ଗ୍ରାମୀଣ ବିକାଶ ବିଭାଗକୁ ୨,୬୫,୮୦୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତା ସହିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧,୫୧,୮୫୧ କୋଟି, ଗୃହ ମନ୍ତ୍ରାଳୟ ପାଇଁ ୧,୫୦,୯୮୩ କୋଟି, ଶିକ୍ଷା ମନ୍ତ୍ରାଳୟ ପାଇଁ ୧,୨୫,୬୮୩ କୋଟି, ଆଇଟି ଏବଂ ଟେଲିକମ୍ ବିଭାଗ ପାଇଁ ୧,୧୬,୩୪୨ କୋଟି ଟଙ୍କା ଦିଆଯାଇଛି । ଏଥିସହ ଏଥର ବଜେଟରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୮୯,୨୮୭ କୋଟି, ଶକ୍ତି ବିଭାଗ ପାଇଁ ୬୮,୭୬୯ କୋଟି, ବାଣିଜ୍ୟ ଓ ଶିଳ୍ପ ବିଭାଗ ପାଇଁ ୪୭,୫୫୯ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ।

Advertisment