୨୦୦ ବର୍ଷ ଶାସନ କାଳରେ କେତେ ଟଙ୍କା ଲୁଟି ନେଇଥିଲେ ଇଂରେଜ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

୨୦୦ ବର୍ଷ ଶାସନ କାଳରେ କେତେ ଟଙ୍କା ଲୁଟି ନେଇଥିଲେ ଇଂରେଜ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତ ସ୍ୱାଧୀନତା ହାସଲ କରିବାର ୭୨ ବର୍ଷ ବିତିଗଲାଣି । କିନ୍ତୁ ଏହି ସ୍ୱାଧୀନତା ଭାରତବାସୀଙ୍କୁ ଏତେ ସହଜରେ ମିଳିନଥିଲା । ଦୀର୍ଘ ୨୦୦ ବର୍ଷ ଧରି ଇଂରେଜ ମାନେ ଶାସନ କରିବା ପରେ ସ୍ୱାଧୀନତା ହାସଲ କରିଥିଲେ ଦେଶବାସୀ । ଆଉ ଏହି ୨୦୦ ବର୍ଷ ମଧ୍ୟରେ ଭାରତରୁ କୋଟି କୋଟି ଟଙ୍କାର ସମ୍ପତି ଲୁଟି ନେଇଥିଲେ ଇଂରେଜ । କିନ୍ତୁ ଏହି ୨୦୦ ବର୍ଷ ମଧ୍ୟରେ କେତେ ମୂଲ୍ୟର ସମ୍ପତି ଇଂରେଜ ମାନେ ଲୁଟି ନେଇଥିଲେ ତାହାର ହିସାବ କଳନା କରିବା ସମ୍ଭବପର ନୁହେଁ ।

publive-imageପୂର୍ବରୁ ଭାରତକୁ ସୁନାର ଗନ୍ତାଘର କୁହାଯାଉଥିଲା । କିନ୍ତୁ ବ୍ରିଟିଶ ଶାସନ କାଳରେ ବହୁତ ସମ୍ପତି ଲୁଟି ନେଇଥିଲେ ଇଂରେଜ । ତେବେ କେତେ ସମ୍ପତି ଇଂରେଜ ମାନେ ଲୁଟି ନେଇଥିଲେ ତାହା କହିବା ସମ୍ଭବପର ନୁହେଁ କିନ୍ତୁ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଉତ୍ସା ପଟ୍ଟନାୟକ ସମ୍ଭାବିତ ମୂଲ୍ୟର ସମ୍ପତି ବିଷୟରେ ସୂଚନା ଦେଇଛନ୍ତି ଯାହା ଭାରତରୁ ଇଂରେଜ ମାନେ ଲୁଟ୍ କରିଥିଲେ ।

ଭାରତରୁ ବ୍ରିଟିଶ ଶାସକ ମାନେ ଯେତିକି ସମ୍ପତି ଲୁଟି ନେଇଥିଲେ ତାହାର ପ୍ରଭାବ ସିଧାସଳଖ ଅର୍ଥବ୍ୟବସ୍ଥା ଉପରେ ପଡିଥିଲା । ଉତ୍ସା ପଟ୍ଟନାୟକ ଏକ ଆଲେଖ୍ୟରେ ଲେଖିଛନ୍ତି ଯେ, ଇଂରେଜ ମାନେ ୧୭୬୫ରୁ ୧୯୩୮ ମସିହା ମଧ୍ୟରେ ଭାରତରୁ ପାଖାପାଖି ୪୫ ଟ୍ରିଲିୟନ ଡଲାର ଲୁଟ କରି ନେଇଥିଲେ । ଉତ୍ସା କହିଛନ୍ତି, ଇଂରେଜ ମାନେ ଭାରତରୁ ଏତେ ପରିମାଣର ସମ୍ପତି ଲୁଟି ନେଇଥିଲେ ଯାହାଫଳରେ ଦେଶ ଏକରକମ ବରବାଦ ହୋଇଯାଇଥିଲା ଆଉ ଏହି ଟଙ୍କାରେ ବ୍ରିଟିଶ ମାନେ ବେଶ ସୌକିନ ଜୀବନଯାପନ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe