ଏମିତି ପାନୀୟ ଯାହା ଦେବ ଥଣ୍ଡାରୁ ତୁରନ୍ତୁ ଆରାମ୍ !

197

କନକ ବ୍ୟୁରୋ : ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଉଷୁମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି ? କିଛି ଲୋକ ଶୀତ ଦିନେ ଉଷୁମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ବୋଲି ଭାବି ପିଇବାକୁ ଡରିଥାନ୍ତି । କିନ୍ତୁ ଶୀତ ଦିନେ ମଧ୍ୟ ଏହାର ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ । ଏବେ ଆସନ୍ତୁ ଜାଣିବା, ଏହାକୁ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ?

୧. ଲେମ୍ବୁରେ ଭିଟାମିନ୍‌ ସି, ପଟାସିୟମ ଏବଂ ଆଇରନ ରହିଥାଏ, ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ । ଶୀତଦିନେ ଉଷୁମ ଲେମ୍ବୁ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ଏବଂ କାଶ ହେବା ଭଳି ସମସ୍ୟା ଦେଖା ଯାଇ ନଥାଏ ।

୨. ଉଷୁମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ, ଯାହାଦ୍ୱାରା ପାଚନ କ୍ରିୟା ମଜବୁତ୍‌ ହୋଇଥାଏ । ସକାଳ ସମୟରେ ଉଷୁମ ଲେମ୍ବୁ ପାଣି ପିଇବା ଦ୍ୱାରା ଅପଚ ବା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ ।

୩. ଉଷୁମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍‌ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହ ଉଷୁମ ଲେମ୍ବୁ ପାଣି ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଯକୃତକୁ ସକ୍ରିୟ କରିଥାଏ ।

୪.ସକାଳୁ ଖାଲିପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍‌ ବଢ଼ିବା ସହ ଫ୍ୟାଟ୍‌ କମ ହୋଇଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ଭଳି ସମସ୍ୟା ଦେଖାଯାଇ ନ ଥାଏ ।