କମିଲା ପେଟ୍ରୋଲ ଓ ଡିଜେଲ ଦର । ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡିଜେଲର ନୂଆ ଦର । କେନ୍ଦ୍ର ସରକାର ଏକସାଇଜ ଡ୍ୟୁଟି କମାଇବା ପରେ ଓଡିଶାରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଛି । ଦୀପାବଳି ପୂର୍ବରୁ ଗତକାଲି ସନ୍ଧ୍ୟାରେ ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା, ଏକସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏଥିସହ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ଭାଟ କମାଇବା ପାଇଁ ଅପିଲ କରିଛି ଅର୍ଥମନ୍ତ୍ରାଳୟ ।
ସେପଟେ ଅର୍ଥମନ୍ତ୍ରାଳୟ କହିଛି ଦରବୃଦ୍ଧିକୁ ରୋକିବା ପାଇଁ ଏହି ନିଷ୍ପତି ନିଆଯାଇଛି । ଯାହା ଗରିବ ଓ ମଧ୍ୟବିତ ପରିବାର ପାଇଁ ଲାଭଦାୟକ ହେବ । ଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟକ ଦିନ ବଢ଼ି ଚାଲିଥିଲା । ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୨୦ଟଙ୍କା ଟପିଥିବା ବେଳେ ଭୁବନେଶ୍ୱରରେ ୧୧୧ ଟଙ୍କା ପାର କରିଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଅନ୍ୟାନ୍ୟ ସାମଗ୍ରୀ ବଢ଼ିବାରେ ଲାଗିଥିଲା । ଯାହାକି ସବୁ ବର୍ଗର ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା । ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ତେଲ ଦର କମିବା ପରେ ଗ୍ରାହକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିଛି ।
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ଏହା ପରେ ରାଜ୍ୟରେ ସବୁଠୁ ଅଧିକ ଦର ଥିବା ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ମାଲକାନଗିରି କାଲିମେଳାରେ ଦର ସବୁଠୁ ଅଧିକ ରହିଥିଲା । ଏକ୍ସାଇଜ୍ ଡ୍ୟୁଟି କମିବା ପରେ କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୧ ଟଙ୍କା ୮୩ ପଇସା ହୋଇଛି । ଡିଜେଲ ଦର ୧୦୧ ଟଙ୍କା ୧୬ ପଇସା ହୋଇଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୧୧୦ ଟଙ୍କା ୮୦ ପଇସାରେ ପହଂଚିଛି ।
ପେଟ୍ରୋଲ ଦର ରାଜ୍ୟରେ କେଉଁଠି କେତେ ଅଛି ?
ସ୍ଥାନ ପେଟ୍ରୋଲ ଡିଜେଲ
ଭୁବନେଶ୍ୱର ୧୦୪.୯୧ ୯୪.୫୧
କଟକ ୧୦୫.୨୦ ୯୪.୮୭
ବ୍ରହ୍ମପୁର ୧୦୬.୪୮ ୯୬.୦୨
ରାଉରକେଲା ୧୦୬.୦୬ ୯୫.୬୫
ବାଲେଶ୍ୱର ୧୦୪.୮୯ ୯୪.୫୩
କାଲିମେଳା ୧୧୧.୮୩ ୧୦୧.୧୬
ସମ୍ବଲପୁର ୧୦୫.୬୧ ୯୫.୨୪
ରାୟଗଡା ୧୦୮.୯୮ ୯୮.୪୩
ବାଲିଗୁଡା ୧୦୭.୪୭ ୯୬.୯୮
ବାରିପଦା ୧୦୫. ୩୮ ୯୪.୯୮
ବଲାଙ୍ଗିର ୧୦୬.୮୫ ୯୬.୪୩
ପେଟ୍ରୋଲ ଓ ଡିଜେଲର ମୋଟାମୋଟି ହିସାବ କଣ ?
ମୋଟାମୋଟି ହିସାବ ( ଲିଟର ପିଛା ଆନୁମାନିକ ହିସାବ)
ବିଷୟ ପେଟ୍ରୋଲ ଡିଜେଲ
ମୂଳଦାମ ୪୮.୪୩ ୫୦.୪୭
କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨୭.୯୦ ୨୧.୮୦
ରାଜ୍ୟ ଭାଟ୍ ୨୪.୭୧ ୨୦.୧୮
ଡିଲର କମିଶନ ୩.୩୯ ୨.୧୩
ପେଟ୍ରୋଲ ପମ୍ପ ଦାମ ୧୦୪.୪୩ ୯୪.୫୮
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/15-5.jpg)