କେତେ ଟଙ୍କା ଦରମା ପାଇଥାନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ନର । ଜାଣନ୍ତୁ ମିଳିଥାଏ କେଉଁ କେଉଁ ଆନୁସଂଗିକ ସୁବିଧା

1,302

କନକ ବ୍ୟୁରୋ : ଯଦି ଆପଣଙ୍କ ପାଖରେ କୌଣସି ନୋଟ୍ ରହିଛି ତେବେ ସେଥିରେ ଥିବା ଦସ୍ତଖତ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନରଙ୍କର । ଏହାସହ ଆରବିଆଇ ଗଭର୍ନରଙ୍କର ଅନ୍ୟପ୍ରମୁଖ କାର୍ଯ୍ୟ ହେଉଛି ମୂଦ୍ରାନୀତି ପ୍ରସ୍ତୁତ କରିବା ଓ ତାହାକୁ କାର୍ଯ୍ୟକାରୀ କରିବା । ହେଲେ ଆପଣ ଜାଣିଛନ୍ତି କି, ଦେଶର ଏଭଳି ଉଚ୍ଚ ପଦରେ ବସିଥିବା ଏହି ବ୍ୟକ୍ତିଙ୍କର ଦରମା କେତେ ଓ ତାଙ୍କୁ କେଉଁ କେଉଁ ଆନୁସାଂଗିକ ସୁବିଧା ମିଳିଥାଏ ?

ଆରବିଆଇର ଗଭର୍ନରଙ୍କୁ ମାସିକ ୨.୫ ଲକ୍ଷ ଟଙ୍କା ଦରମା ମିଳିଥାଏ । ଯାହା କି, ଦେଶର ଅନେକ ଉଚ୍ଚ ପଦରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ମିଳିଥାଏ । ଏହା ବ୍ୟତୀତ ଗଭର୍ନରଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ତାହା ମଧ୍ୟରେ ସରକାରୀ ଘର, ସରକାରୀ ଗାଡି, ଡ୍ରାଇଭର ଭଳି ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଏ । ଯାହା ଫଳରେ ବିନା କୌଣସି ଝିନଝଟରେ ସେ ତାଙ୍କର କାର୍ଯ୍ୟ କରିପାରନ୍ତି ।

ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ହେବାକୁ ହେଲେ ଆପଣ ପ୍ରଥମେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ । ବୟସ ସୀମା ୪୦ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । କେବଳ ସେତିକି ନୁହେଁ ସେ ବ୍ୟାଙ୍କିଙ୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ସର୍ବନିମ୍ନ ୨୦ ବର୍ଷ କାମ କରିଥିବା ଆବଶ୍ୟକ । ସବୁଠାରୁ ବଡ କଥା ହେଉଛି ଆପଣଙ୍କର କୌଣସି ରାଜନୈତିକ ଦଳସହ ସିଧା ସଳଖ ସଂପୃକ୍ତି ନଥିବା ଆବଶ୍ୟକ ।

ଆରବିଆଇ ଗଭର୍ନରଙ୍କ ନିଯୁକ୍ତି କ୍ୟାବିନେଟର ନିଯୁକ୍ତି କମିଟି କରିଥାଏ । ଏହି କମିଟିର ଚେୟାରମ୍ୟାନ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତି । ଏହି କମିଟି ଆରବିଆଇ ଗଭର୍ନରେ ପଦରେ କୌଣସି ବ୍ୟକ୍ତିଙ୍କ ନିଯୁକ୍ତି ଯୋଗ୍ୟତ ଓ ଅନୁଭବ ଆଧାରରେ କରିଥାଏ ।