ଏକ ବର୍ଷ ମଧ୍ୟରେ ମୋଦୀଙ୍କ ସମ୍ପତି ୨୬ ଲକ୍ଷ ବଢି ହେଲା ୨.୨୩ କୋଟିରୁ ଅଧିକ: ପାଖରେ ନାହିଁ କୌଣସି ଜମି କିମ୍ବା ଘର

542

କନକ ବ୍ୟୁରୋ: ସବୁବେଳେ ଆପଣ ସବୁ ମନ୍ତ୍ରୀ ଓ ବଡ ବଡ ନେତାଙ୍କ ସମ୍ପତି ତାଲିକା କଥା ଶୁଣିଥିବେ । କିନ୍ତୁ ସବୁଦିନେ ମନରେ ଉକ୍ରଣ୍ଠା ରହୁଥିବ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତିଙ୍କ ପରିମାଣ କେତେ ହୋଇଥିବ । ଆସନ୍ତୁ ଏବେ ଜାଣିବା ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି କେତେ । ପ୍ରଧାନମନ୍ତ୍ରୀଙ୍କ ଅଫିସ ଏହି ସୂଚନା ଦେଇଛି

– ନରେନ୍ଦ୍ର ମୋଦିଙ୍କ ୨. ୨୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି
-ପ୍ରଧାନମନ୍ତ୍ରୀଙ୍କ ଯେତିକି ସମ୍ପତ୍ତି ଅଛି, ତାହା ବ୍ୟାଙ୍କ ଜମା ଆକାରରେ ରହିଛି
-ମୋଦିଙ୍କ କୌଣସି ଜମି କିମ୍ବା ଘର ନାହିଁ
-ଗୁଜରାଟର ଗାନ୍ଧିନଗରରେ ମୋଦିଙ୍କ ନାଁରେ ଯେଉଁ ଜମି ଥିଲା , ତାହାକୁ ସେ ଦାନ ଆକାରରେ ଦେଇ ଦେଇଛନ୍ତି
-୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଦିଙ୍କ ପାଖରେ ନଗଦ ଥିଲା ୩୫ହଜାର ୨୫୦ ଟଙ୍କା
-ପୋଷ୍ଟ ଅଫିସର ଏନଏସସି ସ୍କିମରେ ୯ ଲକ୍ଷ ୫ ହଜାର ୧୦୫ ଟଙ୍କା
-ମୋଦିଙ୍କ ବୀମା ପଲିସି ରହିଛି ୧ ଲକ୍ଷ ୮୯ ହଜାର ୩୦୫ ଟଙ୍କା
-ଏକବର୍ଷ ମଧ୍ୟରେ ମୋଦିଙ୍କ ସମ୍ପତ୍ତିରେ ୨୬ ଲକ୍ଷ ୧୩ ହଜାର ଟଙ୍କାର ବୃଦ୍ଧି ଘଟିଛି
-ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ନିଜସ୍ୱ କାର ନାହିଁ
-କିନ୍ତୁ ୧ ଲକ୍ଷ ୭୩ ହଜାରର ୪ଟି ସୁନାର ମୁଦି ରହିଛି
-ବଣ୍ଡ, ମିଚ୍ୟୁଆଲ ଫଣ୍ଡ ଓ ସେୟାରରେ କୌଣସି ନିବେଶ କରିନାହାନ୍ତି ପ୍ରଧାନମନ୍ତ୍ରୀ
-୨୦୦୨ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପରେ ଏକ ଜମି କିଣିଥିଲେ
-ଏଥିରେ ତାଙ୍କ ସହ ଅନ୍ୟ ୩ ଜଣ ପାର୍ଟନର ଥିଲେ
-ସମସ୍ତଙ୍କ ପାଖରେ ୨୫ ପ୍ରତିଶତ ଲେଖାଁଏ ଭାଗ ରହିଥିଲା
– ନିଜର ଭାଗକୁ ମୋଦି ଦାନ ଆକାରରେ ଦେଇ ଦେଇଛନ୍ତି
-ନିଜ ଦରମାକୁ ବି ଦାନ ଆକାରରେ ଦେଇଦେଇଥାନ୍ତି ପ୍ରଧାନମନ୍ତ୍ରୀ