କେଉଁଠୁ କେତେ ଋଣ ଆଣିଛନ୍ତି ରାଜ୍ୟ ସରକାର? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର କଣ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ପଢନ୍ତୁ...

କେଉଁଠୁ କେତେ ଋଣ ଆଣିଛନ୍ତି ରାଜ୍ୟ ସରକାର? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର କଣ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ପଢନ୍ତୁ...

କନକ ବ୍ୟୁରୋ: ରାଜ୍ୟ ସରକାର କେଉଁଠୁ କେତେ ଋଣ ଆଣିଛନ୍ତି ସେ ସମ୍ବନ୍ଧରେ ବିଧାନସଭାରେ ଉତ୍ତର ରଖିଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନ ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂରା ତଥ୍ୟ ରଖିଛନ୍ତି । ରାଜ୍ୟ ସରକାର ଖୋଲାବଜାରରୁ ୨୮ ହଜାର ୫୫୮ କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ୧୮ ନିକଟରୁ ୧୮ ହଜାର ୫୦୫ କୋଟି ଟଙ୍କା ଋଣ ଆଣିଛନ୍ତି ।

ତନ୍ମଧ୍ୟରୁ ବିଶ୍ୱବ୍ୟାଙ୍କରୁ ରାଜ୍ୟ ସରକାର ୧ ହଜାର ୧୮ କୋଟିର ଋଣ କରିଥିବା ବେଳେ ଏସୀୟ ଉନ୍ନୟନ ବ୍ୟାଙ୍କରୁ ୫୫୨ କୋଟି ଋଣ ଆଣିଛନ୍ତି । ସେହିପରି ଜାପାନ ଅନ୍ତର୍ଜାତୀୟ ସମବାୟ ସଂସ୍ଥାରୁ ୩ ହଜାର ୩୧୯ କୋଟି ଟଙ୍କା ଋଣ କରିଛନ୍ତି । ଋଣ ଆହରଣ ଓ ଏଥିରୁ ପରିଶୋଧକୁ ବାଦ ଦେଇ ୨୦୨୨ ମସିହା ମେ ମାସ ୩୧ ସୁଦ୍ଧା ଏତିକି ଟଙ୍କା ବକେୟା ରହିଛିା

ରାଜ୍ୟ ସରକାର ଋଣ ରାଶିକୁ ବିଭିନ୍ନ ଉନ୍ନୟନମୂଳକ କାମରେ ବିନିଯୋଗ କରୁଥିବା ବେଳେ ଏଥିରୁ ଅତିରିକ୍ତ ରାଜସ୍ୱ ଆୟ ହୁଏ ନାହିଁ । ଏହା ଦ୍ୱାରା ରାଜ୍ୟର ସାମାଜିକ ସ୍ଥିତି ସୁଦୃଢ ହୁଏ ବୋଲି ଅର୍ଥମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe