କେଉଁଠୁ କେତେ ଋଣ ଆଣିଛନ୍ତି ରାଜ୍ୟ ସରକାର? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର କଣ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ପଢନ୍ତୁ…

392

କନକ ବ୍ୟୁରୋ: ରାଜ୍ୟ ସରକାର କେଉଁଠୁ କେତେ ଋଣ ଆଣିଛନ୍ତି ସେ ସମ୍ବନ୍ଧରେ ବିଧାନସଭାରେ ଉତ୍ତର ରଖିଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନ ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂରା ତଥ୍ୟ ରଖିଛନ୍ତି । ରାଜ୍ୟ ସରକାର ଖୋଲାବଜାରରୁ ୨୮ ହଜାର ୫୫୮ କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ୧୮ ନିକଟରୁ ୧୮ ହଜାର ୫୦୫ କୋଟି ଟଙ୍କା ଋଣ ଆଣିଛନ୍ତି ।

ତନ୍ମଧ୍ୟରୁ ବିଶ୍ୱବ୍ୟାଙ୍କରୁ ରାଜ୍ୟ ସରକାର ୧ ହଜାର ୧୮ କୋଟିର ଋଣ କରିଥିବା ବେଳେ ଏସୀୟ ଉନ୍ନୟନ ବ୍ୟାଙ୍କରୁ ୫୫୨ କୋଟି ଋଣ ଆଣିଛନ୍ତି । ସେହିପରି ଜାପାନ ଅନ୍ତର୍ଜାତୀୟ ସମବାୟ ସଂସ୍ଥାରୁ ୩ ହଜାର ୩୧୯ କୋଟି ଟଙ୍କା ଋଣ କରିଛନ୍ତି । ଋଣ ଆହରଣ ଓ ଏଥିରୁ ପରିଶୋଧକୁ ବାଦ ଦେଇ ୨୦୨୨ ମସିହା ମେ ମାସ ୩୧ ସୁଦ୍ଧା ଏତିକି ଟଙ୍କା ବକେୟା ରହିଛିା

ରାଜ୍ୟ ସରକାର ଋଣ ରାଶିକୁ ବିଭିନ୍ନ ଉନ୍ନୟନମୂଳକ କାମରେ ବିନିଯୋଗ କରୁଥିବା ବେଳେ ଏଥିରୁ ଅତିରିକ୍ତ ରାଜସ୍ୱ ଆୟ ହୁଏ ନାହିଁ । ଏହା ଦ୍ୱାରା ରାଜ୍ୟର ସାମାଜିକ ସ୍ଥିତି ସୁଦୃଢ ହୁଏ ବୋଲି ଅର୍ଥମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।