କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଭୟ ଶେଷ ହୋଇନି । ଓମିକ୍ରନ୍ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି । ଓମିକ୍ରନ୍ର ଉପ ପ୍ରଜାତି ବିଏ-୨ ଭୟ ବଢିବାରେ ଲାଗିଲାଣି । ଓମିକ୍ରନର ଏହି ଉପ ପ୍ରଜାତି ୫୭ ଦେଶରେ କାୟା ବିସ୍ତାର କଲାଣି । ଏହାରି ଭିତରେ ଟିକା ଉତ୍ପାଦନ କମ୍ପାନୀ ଭାରତ ବାୟୋଟେକ୍ ଆଣୁଛି ଆଉ ଏକ କରୋନା ଟିକା । ଯାହାକୁ କି ଛୁଞ୍ଚିରେ ଦେବା ବଦଳରେ ନାକରେ ସ୍ପ୍ରେ କରାଯିବ ।
ଏହି ନାଜାଲ ଟିକା ସାରା ବିଶ୍ୱ ପାଇଁ ଗେମ୍ ଚେଞ୍ଜର ହୋଇପାରେ । ନାଜାଲ ସ୍ପ୍ରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବେଶ୍ ପ୍ରଭାବଶାଳୀ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୃଦ୍ଧି ହୋଇଥାଏ । ନାଜାଲ ସ୍ପ୍ରେ ଦ୍ୱାରା ନୂଆ ଭାଇରସ୍ ଉତ୍ପନ୍ନ କରିବାର କ୍ଷମତା ହ୍ରାସ କରିଥାଏ । ଦୀର୍ଘକାଳୀନ ସଂକ୍ରମଣକୁ ରୋକିବାରେ ଏହା ବେଶ୍ ପ୍ରଭାବୀ ହୋଇପାରେ । କାରଣ ଏହା ଜୀବାଣୁ ରୋକିବାରେ ସଠିକ୍ ସୁରକ୍ଷା ପ୍ରଦାନ କରିଥାଏ । ଭାରତ ବାୟୋଟେକ୍ ହେଉଛି ବିଶ୍ୱର ଅଗ୍ରଣୀ ଟିକା ଉତ୍ପାଦକାରୀ କମ୍ପାନୀ । ଏବେ ଭାରତ ବାୟୋଟେକର ଏହି ନାସାଲ ଟିକା ସାରା ବିଶ୍ୱ ପାଇଁ ଗେମ୍ ଚେଞ୍ଜର ହୋଇପାରେ ।
ସେପଟେ, ଜାଇଡସ୍ କାଡିଲା କରୋନା ଭାଇରସ୍ ଟିକା ‘ଜାଇକଭ୍-ଡି’ର ଯୋଗାଣ ଆରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଓ ଚାହିଦା ମୁତାବକ ‘ଜାଇକଭ୍-ଡି’ ଟିକା ଯୋଗାଣ ଆରମ୍ଭ ହୋଇଛି । ‘ଜାଇକଭ୍-ଡି’ ହେଉଛି ଏକ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା । ପ୍ରତି ଡୋଜର ମୂଲ୍ୟ ୨୬୫ ଟଙ୍କା ରଖାଯାଇଛି । ଏହା ସହ ପ୍ରତି ଡୋଜ୍ ନେବା ପାଇଁ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କା ରଖାଯାଇଛି । ତେଣୁ ପ୍ରତି ଡୋଜର ମୋଟ୍ ମୂଲ୍ୟ ୩୫୮ ଟଙ୍କା ପଡ଼ିବ । ଜାଇକଭ୍-ଡି’ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ । ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଏହି ଟିକା ଦେବା ପାଇଁ ଡିସିଜିଆଇ ଅନୁମୋଦନ କରିଛି । ଏହି ଟିକାର ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଏବଂ ୫୬ ଦିନ ପରେ ତୃତୀୟ ଡୋଜ୍ ଦିଆଯିବ । ଜାଇଡସ୍ କାଡିଲା ଏହାର ଟିକାକୁ ୨୮ ହଜାର ସ୍ୱେଚ୍ଛାସେବୀଙ୍କଠାରେ ପରୀକ୍ଷା କରିଛି । କମ୍ପାନୀର କହିବା ଅନୁସାରେ ଏହି ଟିକା କରୋନା ଭାଇରସ୍ ବିରୋଧରେ ୬୬ ଦଶମିକ ୬୦ ପ୍ରତିଶତ ପ୍ରଭାବଶାଳୀ । ଏହାକୁ ୨ରୁ ୮ଡିଗ୍ରୀ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ ।
ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ବିନା ଛୁଞ୍ଚିରେ ଟୀକାକରଣ । ଭାରତ ବାୟୋଟେକ୍ ଆଣୁଛି ନାଜାଲ ଡ୍ରପ
/kanak/media/post_attachments/wp-content/uploads/2022/02/18-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)