ଟଙ୍କା ଛପା ହେବା ପାଇଁ କେତେ ଖର୍ଚ୍ଚ କରନ୍ତି ସରକାର ? ଜାଣନ୍ତୁ ପ୍ରତି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନୋଟ ଛାପିବା ପାଇଁ କେତେ ଖର୍ଚ୍ଚ ହୁଏ ।

59

ପ୍ରତିଟି ବ୍ୟକ୍ତି ଟଙ୍କାର ମୂଲ୍ୟକୁ ବେଶ୍ ଭଲଭାବେ ଜାଣିଥିବେ । କିନ୍ତୁ ଟଙ୍କା ତିଆରି ହେବା ପଛରେ କେତେ ଖର୍ଚ୍ଚ ହୁଏ ତାହା ବୋଧହୁଏ ଖୁବ୍ କମ ଲୋକଙ୍କୁ ଜଣାଥିବ । ଅଲଗା ଅଲଗା ଟଙ୍କା ଛାପିବା ପାଇଁ ଅଲଗା ଅଲଗା ଖର୍ଚ୍ଚ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଟଙ୍କା ଛାପିବା ପାଇଁ କେତେ ଖର୍ଚ୍ଚ ହୋଇଥାଏ ।

ଆରଟିଆଇ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନୋଟ ମୁଦ୍ରାଣ ଲିମିଟେଡ ଏକ ପ୍ରଶ୍ନ ପଚାରିଥିଲେ । ଅଲଗା ଅଲଗା ନୋଟ ପ୍ରିଣ୍ଟ କରିବା ପାଇଁ ସରକାରଙ୍କ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ? ଭାରତ ସରକାର ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ୨୦୦୦ଟଙ୍କିଆ ଏକ ନୋଟ ଛାପିବା ପାଇଁ ୪.୧୮ ଟଙ୍କା ଖର୍ଚ୍ଚ ହୋଇଥାଏ । ସେହିଭଳି ୫୦୦ଟଙ୍କିଆ ନୋଟ ପାଇଁ ୨,୫୭ ଟଙ୍କା ଏବଂ ୧୦୦ ଟଙ୍କିଆ ନୋଟ ଛାପିବା ପାଇଁ ୧.୫୧ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆମେ ୧୦ ଟଙ୍କିଆ ନୋଟ କଥା ଚିନ୍ତା କରିବା ତେବେ ଗୋଟେ ୧୦ ଟଙ୍କିଆ ନୋଟ ଛାପିବା ପାଇଁ ୧.୦୧ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ୨୦ ଟଙ୍କିଆ ନୋଟ ଛାପିବା ପାଇଁ ଏଥିରେ ୧୦ ଟଙ୍କା ଖର୍ଚ୍ଚ ହୋଇଯାଉଛି । କିନ୍ତୁ ୫୦ ଟଙ୍କିଆ ଗୋଟେ ନୋଟ ଛାପିବା ପାଇଁ ମଧ୍ୟ ୧.୦୧ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ କହିଛନ୍ତି, ପୁରୁଣା ନୋଟ ଛାପିବା ପାଇଁ ନୂଆ ନୋଟ ଅପେକ୍ଷା ଅଧିକ ଖର୍ଚ୍ଚ ହେଉଥିଲା । ଯେପରିକି ଗୋଟେ ହଜାର ଟଙ୍କିଆ ନୋଟ ଛାପିବା ପାଇଁ ୩.୫୪ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗୋଟେ ୫୦୦ ଟଙ୍କିଆ ନୋଟ ଛାପିବା ପାଇଁ ୩.୦୯ ଟଙ୍କା ଖର୍ଚ୍ଚ ହେଉଥିଲା ।