ଦିନକୁ ୫ ହଜାର ବି ହେଉନି ନମୂନା ପରୀକ୍ଷା । ରାଜ୍ୟରେ କରୋନା ମୁକାବିଲା ନେଇ ୧୫ ହଜାର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ 

ଦିନକୁ ୫ ହଜାର ବି ହେଉନି ନମୂନା ପରୀକ୍ଷା । ରାଜ୍ୟରେ କରୋନା ମୁକାବିଲା ନେଇ ୧୫ ହଜାର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ 

Novel coronavirus 2019 nCoV pcr diagnostics kit. This is RT-PCR kit to detect presence of 2019-nCoV or covid19 virus in clinical specimens. In vitro diagnostic test based on real-time PCR technology

କନକ ବ୍ୟୁରୋ: ଦିନକୁ ୧୫ହଜାର କରୋନା ବା କୋଭିଡ୍ ପରୀକ୍ଷା ହେବ। ଏକଥା ଆଉ କେହି ନୁହେଁ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। କୋଭିଡ଼୍ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ସବୁ ମହଲକୁ ଆଶ୍ୱସ୍ତ କରିଥିଲା। ସେପଟେ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନକୁ ଟେଷ୍ଟିଂ ଅନୁମତି ଦେବାଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ କେନ୍ଦ୍ର ନିକଟରେ ଦାବି ରଖିଥିଲେ।

ହେଲେ ବେଶି ଦୂରକୁ ନଯାଇ ଗତ ୧୨ଦିନର ପରିସଂଖ୍ୟାନକୁ ନିରେଖି ଦେଖିଲେ, ଏକଥା ଜଳ ଜଳ ହୋଇ ଦିଶୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଆଦୌ ଅନୁପାଳନ ହେଉନାହିଁ। ୧୫ ହଜାର ସ୍ୱାବ୍ ପରୀକ୍ଷା ଦୂରେ ଥାଉ, ମେ’ ୨୪ ତାରିଖରୁ ଜୁନ୍ ୪ ତାରିଖ ମଧ୍ୟରେ ଥରୁଟିଏ ବି ୫ହଜାର ସ୍ୱାବ୍ ପରୀକ୍ଷା ହୋଇନାହିଁ। ଗୋଟିଏ ସମୟରେ ସ୍ୱାବ୍ ପରୀକ୍ଷାକୁ ନେଇ ତନାଘନା କରୁଥିବା ସରକାରଙ୍କର ହଠାତ୍ କାହିଁକି ମୋହଭଙ୍ଗ ହେଲା? ଆବଶ୍ୟକ ଟେଷ୍ଟିଂ କିଟ୍‌ ମିଳୁନାହିଁ ନା ଆଉ କିଛି? ଅଧିକ ପରୀକ୍ଷା କରାଗଲେ, ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ସତ କିନ୍ତୁ ସଂକ୍ରମଣ ରୋକାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ଏବେ ସରକାର ପଛଘୁଞ୍ଚା ଦେରଲେ କାହିଁକି?

ପରିସଂଖ୍ୟାନ ଅନୁସାରେ, ଏବେ ୧୯ଟି ସ୍ଥାନରେ ସ୍ୱାବ୍ ପରୀକ୍ଷା (ତିନି ପ୍ରକାର ମେସିନ୍) ପାଇଁ ଭାରତର ଭେଷଜ ଗବେଷଣା ପରିଷଦ ଅନୁମତି ଦେଇଛନ୍ତି। କିନ୍ତୁ ଆଜିର ରେକର୍ଡ କହୁଛି, ମାତ୍ର ୧୬ଟି ସ୍ଥାନରେ ସ୍ୱାବ୍ ପରୀକ୍ଷା ହେଉଛି। କାହିଁକି?

ସେହିଭଳି ମେ’ ୨୪ ତାରିଖରେ ୩୯୪୨, ୨୫ ତାରିଖରେ ୩୮୧୯, ୨୬ ତାରିଖରେ ୪୬୭୯, ୨୭ ତାରିଖରେ ୩୦୩୭, ୨୮ ତାରିଖରେ ୪୨୫୯, ୨୯ ତାରିଖରେ ୩୯୨୦, ୩୦ ତାରିଖରେ ୪୬୪୧ ଓ ୩୧ ତାରିଖରେ ୩୫୫୯ ସ୍ୱାବ୍ ପରୀକ୍ଷା ହୋଇଛି। ଜୁନ୍ ମାସ ପାଇଁ ସରକାର ବହୁତ ଆଗରୁ ସତର୍କ କରିଥିଲେ। ହେଲେ ମାସର ପ୍ରଥମ ଚାରିଦିନର ରିପୋର୍ଟ ବି ବିସ୍ମିତ କଲାଭଳି । ଜୁନ୍ ପହିଲାରେ ୩୮୭୭, ୨ ତାରିଖରେ ୩୩୨୪, ୩ ତାରିଖରେ ୨୯୩୩ ଓ ୪ ତାରିଖରେ ୩୧୮୬ ସ୍ୱାବ୍ ପରୀକ୍ଷା ହୋଇଛି। ରାଜ୍ୟରେ ଲକ୍ଷାଧିକ ପ୍ରବାସୀ ଏବେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ସେମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ବିଭିନ୍ନ ମହଲରେ ଦାବି ଉଠିଛି। ନିକଟରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବି ଦାବି କରିଥିଲେ ଯେ ମହାରାଷ୍ଟ୍ର ଓ ଗୁଜରାଟରୁ ଆସୁଥିବା ସବୁ ପ୍ରବାସୀଙ୍କ ସ୍ୱାବ୍ ପରୀକ୍ଷା କରାଯାଉ।

ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ କୋଭିଡ଼୍ ମୁକାବିଲା ଉଦ୍ୟମ ନେଇ ଅସନ୍ତୋଷ ପ୍ରକାଶ କରିନଥିଲେ ହେଁ, ଶ୍ରୀ ନାଏକ କହିଛନ୍ତି ଯେ ଗତ କିଛି ଦିନ ଧରି ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଲାଗି ଏହା ବ୍ୟାପିପାରେ। ଏବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ୧୪ ଦିନ ପରିବର୍ତେ ମାତ୍ର ୭ ଦିନ ପାଇଁ ସଙ୍ଗରୋଧରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଉଛି। ପୂର୍ବରୁ ସରକାର ୧୪ ଦିନ ଏହି ଅସ୍ଥାୟୀ କେନ୍ଦ୍ରରେ ରଖିବା ଲାଗି କହିଥିଲେ ଓ ବାକି ୭ଦିନ ଘରେ ସଙ୍ଗରୋଧରେ ରହିବା ଲାଗି କୁହାଯାଇଥିଲା।

ଶ୍ରୀ ନାଏକ ଲେଖିଛନ୍ତି ଯେ ପ୍ରବାସୀଙ୍କୁ ବିନା ସ୍ୱାବ୍ ପରୀକ୍ଷାରେ ଛାଡ଼ି ଦିଆଯାଉଛି। ଯାହା ସଂକ୍ରମଣକୁ ବଢ଼ାଇପାରେ। ଏମିତିରେ ବି ଗ୍ରାମାଞ୍ଚଳରେ ଶ୍ରମିକ ଶ୍ରେଣୀର ବ୍ୟକ୍ତିମାନେ ଛୋଟ ଛୋଟ ଘରେ ବାସ କରନ୍ତି। ଗୋଟିଏ ଗୋଟିଏ ଘରେ ୫ରୁ ୧୦ ଜଣ ରହନ୍ତି। ସେମାନେ କୌଣସି ବି ପରିସ୍ଥିତିରେ ଗୋଟିଏ ସ୍ୱତନ୍ତ୍ର ଘରେ ସଙ୍ଗରୋଧରେ ରହିବା ସମ୍ଭବ ନୁହେଁ। ଏହା ଗୋଷ୍ଠୀ ସଂକ୍ରମଣ କରିବାରେ ସହାୟକ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ୧୪ ଦିନ ସଙ୍ଗରୋଧ ଓ ସ୍ୱାବ୍ ପରୀକ୍ଷା ପରେ ଘରକୁ ଛାଡ଼ିବା ଲାଗି ସେ ଦାବି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe