ତାଲିବାନ ଏବେ ଆହୁରି ହୋଇ ଉଠିଛି ଶକ୍ତିଶାଳୀ : ଜାଣନ୍ତୁ ତାଲିବାନ ପାଖରେ ଅଛି କେତେ ଅସ୍ତ୍ର ? 

256

କନକ ବ୍ୟୁରୋ : ସାଢେ ୩ ଲକ୍ଷର ସୈନ୍ୟ କ୍ଷମତା ଥିବା ଆଫଗାନିସ୍ଥାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା ତାଲିବାନ ଏବେ ଆହୁରୀ ଶକ୍ତିଶାଳୀ ହୋଇଯାଇଛି । ଦୀର୍ଘ ୨୦ ବର୍ଷ ଧରି ଆତଙ୍କବାଦୀ ସଙ୍ଗଠନ ତାଲିବାନ ବିରୋଧରେ ଲଢିବାକୁ ଆମେରିକା ଆଫଗାନିସ୍ଥାନକୁ ଦେଇଥିବା ସମସ୍ତ ଅସ୍ତ୍ରଶସ୍ତ୍ରର ଏବେ ତାଲିବାନ ହାତରେ । ଆମେରିକାର ଜଣେ ପ୍ରଶାସନିକ ଅଧିକାରୀଙ୍କ ସୂଚନା ମୁତାବକ ଏବେ ତାଲିବାନ ପାଖରେ  ଆମେରିକାର ୮୫ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ରହିଛି । ତାଲିବାନ ପାଖରେ ୭୫ ହଜାରରୁ ଅଧିକ ଗାଡି ରହିଛି ।

ସେହିପରି ୨୦୦ରୁ ଅଧିକ ବିମାନ , ହେଲିକେପ୍ଟର ମଧ୍ୟ ତାଲିବାନ ପାଖରେ ରହିଛି । ୬ ଲକ୍ଷରୁ ଅଧିକ ଛୋଟ ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ରହିଛି । ସବୁଠୁ ବଡ କଥା ହେଉଛି ବିଶ୍ୱର ୮୫ ପ୍ରତିଶତ ଦେଶ ପାଖରେ ଯେତିକି ବ୍ଲାକହକ୍ ହେଲିକେପ୍ଟର ନାହିଁ ଏବେ ତାଲିବାନ ପାଖରେ  ତା ଠାରୁ ଅଧିକ ବ୍ଲାକହକ୍ ହେଲିକେପ୍ଟର ଅଛି । କେବଳ ଅସ୍ତ୍ରଶସ୍ତ୍ର ନୁହେଁ ତାଲିବାନ ପାଖରେ ନାଇଟ ଭିଜନ ଗୁଗୁଲ, ବଡି ଆରମୋର, ମେଡିକାଲ ସରଞ୍ଜାମ ରହିଛି । ଏଥିସହିତ ତାଲିବାନ ପାଖରେ ବାୟୋମେଟ୍ରିକ ଡିଭାଇସ ରହିଛି ଯେଉଁଥିରେ ଫିଙ୍ଗର ପ୍ରିଂଟ, ଆଖି ସ୍କାନିଂ ଭଳି ସୁବିଧା ମଧ୍ୟ ରହିଛି ।

ଏହି ସବୁ ଅସ୍ତ୍ରଶସ୍ତ୍ର ଏବଂ ସରଂଜାମ ୨୦ ବର୍ଷ ମଧ୍ୟରେ ଆମେରିକା ଆଫଗାନିସ୍ତାନକୁ ତାଲିବାନ ଦମନ ପାଇଁ ପ୍ରଦାନ କରିଥିଲା । ଯାହା ଏବେ ସେହି ତାଲିବାନୀ ଆତଙ୍କୀ ସଂଗଠନ ହାତରେ ଲାଗି ଯାଇଛି । ତେବେ ଏଥିପାଇଁ ଆମେରିକା ଆଫଗାନିସ୍ତାନକୁ ଦାୟୀ କରିଛି । ଆଫଗାନିସ୍ତାନର ଅବହେଳା କାରଣରୁ ତାଲିବାନ ଏଭଳି ଅସ୍ତ୍ରଶସ୍ତ୍ର କବଜା କରିବାରେ ସକ୍ଷମ ହୋଇପାରିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।