ମୀରା କେମିତି ହେଲେ ମହିଳା । ଡାକ୍ତର କହିଲେ ପୂରା କାହାଣୀ

30

କନକ ବ୍ୟୁରୋ : କେମିତି ମହିଳା ପାଲଟିଲେ ମୀରା । କିନ୍ନର ସମୁଦାୟର ନେତୃତ୍ୱ ନେଉଥିବା ମୀରା ପରିଡା ଅପରେସନ ପରେ ମହିଳା ପାଲଟିଛନ୍ତି । ଏହାରି ପଛରେ ରହିଛି ଚିକିତ୍ସା ବିଜ୍ଞାନର ଚମକ୍ରାର । ଏଭଳି କରିସ୍ମା କିପରି ସମ୍ଭବ ହେଉଛି, କନକ ନ୍ୟୁଜକୁ ଜଣାଇଛନ୍ତି ଜଣେ ବିଶିଷ୍ଟ ପ୍ଲାଷ୍ଟିକ ସର୍ଜନ । କିପରି ପ୍ଲାଷ୍ଟିକ ସର୍ଜରୀ ଓ ହର୍ମୋନ ଥେରାପି ଦ୍ୱାରା ଜଣେ ପୁରୁଷ, ମହିଳା ହୋଇପାରିବ ଏବଂ ଜଣେ ମହିଳା, ପୁରୁଷ ହୋଇପାରିବ ଏହି ରହସ୍ୟ ବୁଝାଇଛନ୍ତି ଡାକ୍ତର ।

ମହିଳା ବନିବାକୁ ଚାହୁଁଥିବା କିନ୍ନରଙ୍କ ପାଇଁ ଚିକିତ୍ସା ବିଜ୍ଞାନରେ ଚମକ୍ରାର । ମାନସିକ ଭାବେ ନିଜକୁ ନାରୀ ବୋଲି ବିଚାର କରୁଥିଲେ ମଧ୍ୟ ସାମାଜିକ ଲାଞ୍ଚନା ଭୟରେ ବର୍ଷବର୍ଷ ଧରି ତୃତୀୟ ଲିଙ୍ଗର ମାନ୍ୟତା ନେଇ ବଞ୍ଚି ଆସୁଥିବା ମୀରାଙ୍କ ପାଇଁ କିଭଳି ସମ୍ଭବ ହେଲା ଏହି କରିସ୍ମା । ସେନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ପ୍ଲାଷ୍ଟିକ ସର୍ଜନ ଡାକ୍ତର ବିଭୁତି ଭୂଷଣ ନାୟକ ।

ଡାକ୍ତରଙ୍କ କହିବା ଅନୁସାରେ ଗର୍ଭରେ ଥିବା ଭ୍ରୃଣରେ ପୁରୁଷ କ୍ରୋମୋଜମ ବା ସ୍ତ୍ରୀ କ୍ରୋମଜମର ବିକାଶ ହିଁ ପୁ୍ଅ ବା ଝିଅ ଭାବରେ ଶିଶୁକୁ ଭିନ୍ନ କରିଥାଏ । ତେଣୁ ପୁଅରୁ ଝିଅ କରିବା ଚିକିତ୍ସା ବିଜ୍ଞାନରେ ଅଧିକ ସହଜ ଓ ହର୍ମୋନ ଚିକିତ୍ସା ହିଁ ଏଦିଗରେ ବିଶେଷ ସହାୟକ ହୋଇଥାଏ । ଯାହା ମୀରାଙ୍କ କ୍ଷେତ୍ରରେ କରାଯାଇ ସଫଳ ହୋଇପାରିଛି ।

ଚଳିତବର୍ଷ ମେ’ ୨୦ ତାରିଖରେ ଦିଲ୍ଲୀ ପ୍ରୀତମପୁରା ସ୍ଥିତ ଓଲମେକ୍ କ୍ଲିନିକରେ ଏହି ବିରଳ ଚିକିତିସା କରାଇଛନ୍ତି ମୀରା ପରିଡା । ଏପରିକି ନାରୀର ମାନ୍ୟତା ପାଇଁ ତାଙ୍କ ଶରୀରରେ ସଫଳତାର ସହ ସମ୍ବେଦନଶୀଳ ଅଙ୍ଗ ମଧ୍ୟ ପ୍ରତିରୋପଣ କରାଯାଇଛି । ଭାରତୀୟ ଚିକିତ୍ସା ବିଜ୍ଞାନର ଚମକ୍ରାରିତା ଯୋଗୁଁ ମୀରାଙ୍କ ପରି ଟ୍ରାନ୍ସଜେଣ୍ଡର ନାରୀ ହୋଇପାରିଛନ୍ତି । ମାନସିକ ଭାବେ ନିଜକୁ ନାରୀ ବୋଲି ବିଚାର କରୁଥିବା କିନ୍ନରମାନଙ୍କ ପାଇଁ ଏହି ଚିକିତ୍ସା ପଦ୍ଧତି ବରଦାନ ସଦୃଶ ।