ଆଜୀବନ କାରାଦଣ୍ଡରେ କେତେବର୍ଷ ହେବ ଜେଲ, ଜାଣନ୍ତୁ କ’ଣ କହୁଛି ଆଇନ

300

କନକ ବ୍ୟୁରୋ : ଏବେ ଏବେ କେରଳର କୋଲ୍ଲମ ସେସନ କୋର୍ଟ ଜଣେ ଅଭିଯୁକ୍ତଙ୍କ ସାପ ଦ୍ୱାରା ଦଂଶନ କରାଇ ଜଣେ ଲୋକଙ୍କ ମାରିବା ଅଭିଯୋଗରେ ଦୁଇଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । କୋର୍ଟଙ୍କ ଏଭଳି ରାୟ ପରେ ଆଜୀବନ କାରାଦଣ୍ଡକୁ ନେଇ ଲୋକଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକଙ୍କ ମନରେ ଗୋଟିଏ ଧାରଣା ରହିଛି କି ଆଜୀବନ କାରାଦଣ୍ଡର ଅର୍ଥ ଦୋଷୀକୁ ୧୪ ବର୍ଷ ଜେଲରେ ରହିବାକୁ ପଡିବ । ମାତ୍ର ପ୍ରକୃତ ସତ୍ୟ ଅଲଗା କିଛି । ଆସନ୍ତୁ ଜାଣିବା ଆଜୀବନ କାରାଦଣ୍ଡର ପ୍ରକୃତ ମତଲବ କ’ଣ ।

ସାଧାରଣତ ଲୋକମାନଙ୍କ ମନରେ ଏହି ଧାରାଣା ରହିଛି କି ଆଜୀବନ କାରାଦଣ୍ଡର ଅର୍ଥ ୧୪ କିମ୍ବା ୨୦ ବର୍ଷ । ହେଲେ ଏହା ଆମମାନଙ୍କର ଭୂଲ ଧାରଣା । ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ଅର୍ଥ ଦଣ୍ଡ ପାଇଥିବା ଲୋକ ଯେତେଦିନ ବଞ୍ଚଥିବ ସେ ଜେଲରେ ରହିବ । ଯେତେବେଳେ କୌଣସି କୋର୍ଟ ଅପରାଧୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରେ ଏହାର ଅର୍ଥ ଦଣ୍ଡିତ ହୋଇଥିବା ଅପରାଧୀ ତା ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଜେଲରେ ରହିବ । ଏନେଇ ସୁପ୍ରିମକୋର୍ଟ ଅନେକ ଥର ବ୍ୟାଖ୍ୟା କରିଛନ୍ତି ।

ଲୋକଙ୍କ ମନରେ ଏଭଳି ଭୁଲ ଧାରଣା ଏଥିପାଇଁ ସୃଷ୍ଟି ହୋଇଛି କାରଣ ଅନେକ ଥର ଦେଖିବାକୁ ମିଳେ କି ଜଣେ ବ୍ୟକ୍ତି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ୧୪-୨୦ ବର୍ଷ ମଧ୍ୟରେ ପୁଣି ଜେଲରୁ ମୁକୁଳି ଆସିଛି । ଆପଣଙ୍କୁ କହିରଖୁ କି ଏହା ପଛରେ କିଛି ଅଲଗା କାରଣ ରହିଛି । ରାଜ୍ୟ ସରକାର କିଛି ନିର୍ଦ୍ଧିଷ୍ଟ ମାପଦଣ୍ଡ ଆଧାରରେ କୌଣସି ଅପରାଧୀର ଦଣ୍ଡ କୋହଳ କରିପାରନ୍ତି । ଏହି କାରଣରୁ କିଛି ଆଜୀବନ ଦଣ୍ଡରେ ଦଣ୍ଡିତ ହୋଇଥିବା ବ୍ୟକ୍ତି ୧୪-୨୦ ବର୍ଷ ଜେଲରେ ରହି ମୁକୁଳି ପାରନ୍ତି । ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୫୫ ଓ ୫୭ ରେ ରାଜ୍ୟ ସରକାରମାନଙ୍କୁ ଦଣ୍ଡ କୋହଳ କରିବାର ଅଧିକାର ଦିଆଯାଇଛି ।
ଆଇପିସିର ଧାରା ୫୭ ଆଜୀବନ ଦଣ୍ଡ ସହିତ ସମ୍ବନ୍ଧ, ଏହି ଧାରା ମୁତାବକ କାରାଦଣ୍ଡର ବର୍ଷ ଗଣିବା ପାଇଁ ଏହାକୁ ୨୦ ବର୍ଷ କାରାଦଣ୍ଡ ସହିତ ସମାନ ଭାବେ ଗଣାଯାଏ । ଏହାର ଅର୍ଥ ନୁହେଁ କି ଆଜୀବନ କାରାଦଣ୍ଡର ଅର୍ଥ ୨୦ ବର୍ଷ ଜେଲ । ଏହି ଗଣନାର ଆବଶ୍ୟକତା ସେତେବେଳେ ପଡିଥାଏ ଯେତେବେଳେ ଜଣେ ଅପରାଧୀଙ୍କୁ ଦୁଇଥର ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଏ ।
ଆଜୀବନ କାରାଦଣ୍ଡ ଗମ୍ଭୀର ଅପରାଧ କ୍ଷେତ୍ରରେ ଦିଆଯାଇଥାଏ । ଆଇପିସି ଧାରା ୧୮୬୦ ରେ ଆପରାଧୀଙ୍କୁ ଦଣ୍ଡ ବାବଦରେ ବିସ୍ତାର ଭାବେ କୁହାଯାଇଛି । ଏହାସହ ଆଇପିସିର ଧାରା ୫୩ ରେ କେତେ ପ୍ରକାର ଦଣ୍ଡ ରହିଛି ତାହା ବି ବର୍ଣ୍ଣନା କରାଯାଇଛି । ଆଇପିସିରେ ମୁଖ୍ୟତ ୫ ପ୍ରକାର ଦଣ୍ଡର ପ୍ରାବଧାନ ରହିଛି । ଏହା ମଧ୍ୟରେ ମୃତ୍ୟୁ ଦଣ୍ଡ, ଆଜୀବନ କାରାବାସ, କାରାବାସ, ସଂପତି ଜବତ ଓ ଜରିମାନା ଭଳି ଦଣ୍ଡ ରହିଛି ।ଆଜୀବନ କାରାବାସର ଅର୍ଥ ଯେତେଦିନ ଅପରାଧୀ ବଞ୍ଚି ରହିଛି ସେତେଦିନ ପର୍ଯ୍ୟନ୍ତ ସେ ଜେଲରେ ରହିବ । ହେଲେ ସରକାର ଏହି ଦଣ୍ଡକୁ କୋହଳ କରିପାରିବେ । ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ (ସିଆରପିସି) ର ଧାରା ୪୩୩ କ୍ରମରେ ସରକାର ଅପରାଧୀଙ୍କ ଦଣ୍ଡ କୋହଳ କରିପାରିବାର ପ୍ରାବଧାନ ରହିଛି । ସରକାର ସିଆରପିସିର ଧାରା ୪୩୩ ମୁତାବକ ଏହି ୪ ପ୍ରକାର ଦଣ୍ଡ କୋହଳ କରିପାରିବେ ।

ମୃତ୍ୟୁ ଦଣ୍ଡରେ ଦଣ୍ଡ କ୍ଷେତ୍ରରେ ଭାରତୀୟ ଦଣ୍ଡ ସଂହିତା (୧୮୬୦ ର ୪୫) ଧାରା ମୁତାବକ ଅପରାଧୀର ଦଣ୍ଡକୁ କୋହଳ କରାଯାଇ ପାରିବ ।

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଲୋକ ଉପରେ ଜରିମାନା ଲଗାଇ ଦଣ୍ଡ କୋହଳ କରାଯାଇ ପାରିବ ।

କଠିନ କାରାଦଣ୍ଡ ପାଇଥିବା ଅପରାଧୀ କିଛିଦିନ ଜେଲରେ ରହିବା ପରେ ତା ଠାରୁ ଜରିମାନା ଆଦାୟ କରାଯାଇ ଦଣ୍ଡ କୋହଳ କରାଯାଇ ପାରିବ ।

ସାଧାରଣ ଜେଲ ଦଣ୍ଡକୁ ଜରିମାନା ଲଗାଇ ଦଣ୍ଡ କୋହଳ କରାଯାଇ ପାରିବ

ଏହି ପ୍ରାବଧାନ କ୍ରମରେ ସରକାର ଅପରାଧୀଙ୍କ ଦଣ୍ଡ କୋହଳ କରିପାରିବେ । ଏହା ବ୍ୟତୀତ ଅପରାଧୀର ଭଲ ଆଚରଣ ଆଧାରରେ ବି ଅପରାଧୀର ଦଣ୍ଡକୁ ସରକାର କୋହଳ କରିପାରିବେ ।