ରାଜ୍ୟରେ ରହିଛି କେତୋଟି ପଞ୍ଜୀକୃତ ୱେବ ମିଡ଼ିଆ? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ।

ରାଜ୍ୟରେ ରହିଛି କେତୋଟି ପଞ୍ଜୀକୃତ ୱେବ ମିଡ଼ିଆ? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟରେ ଅଛି କେତେ ପଞ୍ଜୀକୃତ ୱେବ ମିଡ଼ିଆ? ୱେବ ପୋର୍ଟାଲକୁ ସରକାରୀ ସ୍ୱୀକୃତି ଦେବାକୁ ସରକାର କଣ ନୀତି କରିଛନ୍ତି? ଯଦି କରିନାହାନ୍ତି ତେବେ ନୂଆ ନୀତି ପ୍ରଣୟନ ପାଇଁ ବିଚାର କରିବେ କି?ଏହାଛଡା କେତେ ୱେବ ମିଡ଼ିଆ ସରକାରୀ ସ୍ୱୀକୃତି ପାଇଁ ଆବେଦନ କରିଛନ୍ତି ତାହାର ଉତ୍ତର ଜାଣିବାକୁ ଚାହିଁଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନରସିଂହଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ୱେବ ପୋର୍ଟାଲକୁ ସ୍ୱୀକୃତି ପ୍ରଦାନ ବାବଦରେ କୌଣସି ନୀତି ରାଜ୍ୟ ସରକାରଙ୍କ ପାଖରେ ନାହିଁ । କେବଳ ୱେବ ପୋର୍ଟାଲକୁ ବିଜ୍ଞାପନ ପ୍ରଦାନ କରିବା ଉଦ୍ଦେଶ୍ୟରେ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ୱେବ ମିଡ଼ିଆ ପଲିସି-୨୦୨୦ କାର୍ଯ୍ୟକାରୀ କରାଯାଇଛି । ଏହି ନୀତି ଅନୁସାରେ ୱେବ ମିଡ଼ିଆ ସଂସ୍ଥା ଗୁଡିକର ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି । ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୮୪ ଗୋଟି ସଂସ୍ଥା ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୮ ଗୋଟି ସଂସ୍ଥାର ପଞ୍ଜୀକରଣ ଜୁନ୍-୨୦୨୦ ସୁଦ୍ଧା କରାଯାଇଥିଲା । ଏବେ ୫୮ଟି ସଂସ୍ଥା ପଞ୍ଜୀକରଣ ନିମନ୍ତେ ଆବେଦନ କରିଛନ୍ତି । ସେମାନଙ୍କ ଆବେଦନ ବିଚାରଧୀନ ରହିଛି । ୱେବ ମିଡ଼ିଆ ପଲିସିର ସର୍ତ୍ତାବଳୀ ଅନୁସାରେ ପଞ୍ଜୀକରଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe