୧୬  ତାରିଖରୁ ମେଗା ଟିକାକରଣ । କୋଭିସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍  ଟିକା । ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲା କେତେ ଡୋଜ ।

141

କନକ ବ୍ୟୁରୋ : କୋଭାସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍ ଟିକା । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଂଚିଲା କୋଭାକ୍ସିନ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଦେଶୀ ଟିକା କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ହଜାର ଭାଏଲ ରାଜ୍ୟରେ ପହଂଚିଛି । ଟିକାକୁ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଟିକାର ଗୋଟେ ସିସି ୧୬ଜଣଙ୍କୁ ଦିଆଯାଇ ପାରିବ । ସେପଟେ ପୁନେରୁ ଭୁବନେଶ୍ୱର କୋଭିସଲ୍ଡ ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି ।  ଏନେଇ ଆସନ୍ତୁ ଜାଣିବା କେଉଁ ଜିଲ୍ଲାକୁ କେତେ ଟିକା ପଠାଯାଇଛି ।

ଅନୁଗୁଳ-୪୫୯୦, ବଲାଙ୍ଗୀର-୭୨୦୦, ବାଲେଶ୍ୱର-୭୫୬୦, ବରଗଡ- ୬୫୨୫, ଭଦ୍ରକ- ୪୯୯୫, ବୌଦ୍ଦ-୧୭୫୫, କଟକ- ୧୭୧୯୦, ଦେଓଗଡ- ୧୪୮୫, ଢେଙ୍କାନାଳ- ୪୫୦୦, ଗଜପତି- ୪୦୫୦, ଗଞ୍ଜାମ- ୧୫୧୨୦, ଜଗତସିଂହପୁର- ୪୫୯୦, ଯାଜପୁର- ୬୮୮୫, ଝାରସୁଗୁଡା- ୨୮୮୦, କଳାହାଣ୍ଡି- ୬୧୨୦, କନ୍ଧମାଳ- ୪୫୯୦, କେନ୍ଦ୍ରାପଡା- ୪୯୯୫, କେନ୍ଦୁଝର- ୭୨୯୦, ଖୋର୍ଦ୍ଦା- ୫୫୩୫, କୋରାପୁଟ୍- ୭୪୭୦, ମାଲକାନଗିରୀ -୩୨୪୦, ମୟୁରଭଞ୍ଜ-୧୦୭୧୦, ନବରଙ୍ଗପୁର- ୬୩୦୦, ନୟାଗଡ- ୩୬୦୦, ନୂଆପଡା- ୩୨୪୦, ପୁରୀ-୬୩୦୦, ରାୟଗଡା ୪୮୬୦, ସମ୍ବଲପୁର-୬୭୫୦, ସୁବର୍ଣ୍ଣପୁର- ୩୨୮୫, ସୁନ୍ଦରଗଡ -୯୯୪୫।

କହିରଖୁ କି ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଯେଉଁ ଟିକା ପଠାଯାଇଛି ତାହା କୋଭିସିଲ୍ଡ ଟିକା । ଏହି ସବୁ ଟିକାକୁ ୧୬ ତାରିଖ ଦିନ ରାଜ୍ୟର ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।