କନକ ବ୍ୟୁରୋ : ଗଛ ଚାରା ରୋପଣ ନେଇ ଗୃହରେ ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ । ଚଳିତ ବର୍ଷ କେଉଁ କେଉଁ ବନଖଣ୍ଡରେ କେତେ ଚାରା ରୋପଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବନ ଖଣ୍ଡୱାରୀରେ କେଉଁ କେଉଁ ଗଛ ଚାରା କେତେ ସଂଖ୍ୟାରେ ରୋପଣ କରାଯିବ ଆଦିର ତଥ୍ୟ ପ୍ରଦାନ କରିବାକୁ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଅରୁଣ ସାହୁ ।
ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ୍ୱର ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ତଥ୍ୟ ଦେଇ କହିଛନ୍ତି, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିବାଗ ଦ୍ୱାରା ୫୧ଟି ବନଖଣ୍ଡରେ ବିଭିନ୍ନ ବନୀକରଣ ଯୋଜନା ଯଥ, ବର୍ଦ୍ଧିତ ସବୁଜ ବଳୟ, ସବୁଜ ମହାନଦୀ ମିଶନ, କାମ୍ପା, ଜାତୀୟ ବାଉଁଶ ମିଶନ, ମନରେଗା ଓ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଯୋଜନା ଆଧୀନରେ ଓଡିଶା ଖଣି ନିଗମ ଇତ୍ୟାଦିରେ ୨୧୬.୬୨ ଲକ୍ଷ ବୃକ୍ଷଚାରା ରୋପିତ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଗୃହରେ ତଥ୍ୟ ରଖିଛନ୍ତି ମନ୍ତ୍ରୀ ଗଣେଶ୍ୱର ରାମ ସିଂଖୁଣ୍ଟିଆ