କନକ ବ୍ୟୁରୋ: ଲୋକସଭା ସିଟ ଅନୁସାରେ ଉତ୍ତର ପ୍ରଦେଶର ପରେ ମହାରାଷ୍ଟ୍ର ଦ୍ୱିତୀୟ. ସ୍ଥାନରେ ରହିଛି । ୪୮ଟି ଲୋକସଭା ଆସନ ପାଇଁ ଏଠାରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଛି । ମହାରାଷ୍ଟ୍ରରେ ଶିବସେନା ଓ ଏନସିପିରେ ଫାଟ ପରେ ଏହା ପ୍ରଥମ ନିର୍ବାଚନ । ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟରେ ୬୩.୭୧ ପ୍ରତିଶତ, ଦ୍ୱିତୀୟ ପର୍ଯ୍ୟାୟରେ ୬୨.୭୧ ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ ୬୩.୫୫ ପ୍ରତିଶତ, ଚତୁର୍ଥ ପର୍ଯ୍ୟାୟରେ ୫୯.୬୪ ପ୍ରତିଶତ ଓ ପଞ୍ଚମ ପର୍ଯ୍ୟାୟରେ ୫୪.୩୩ ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟରେ ମୋଟ ୬୦.୭୮ ପ୍ରତିଶତ ଭୋଟିଂ ହୋଇଛି ।

Advertisment

ଇଣ୍ଡିଆ ଟୁଡେ ଏକ୍ସିସ ମାଇଁ ଇଣ୍ଡିଆର ଏଗଜିଟ ପୋଲ ଅନୁସାରେ ମହାରାଷ୍ଟ୍ରରେ ଏନଡିଏକୁ ୪୬ ପ୍ରତିଶତ ଭୋଟ ମିଳୁଛି । ସେହିପରି ଇଣ୍ଡିଆ ମେଣ୍ଟକୁ ୪୩ ପ୍ରତିଶତ ଭୋଟ ମିଳୁଛି । ଦୁଇ ଗଠବନ୍ଧନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଯଦି ସିଟ୍ କଥା ଦେଖିବା ତେବେ ଏଠାରେ ୪୮ ସିଟରୁ ଏନଡିଏକୁ ୨୮ରୁ ୩୨. ସେହିପରି ଇଣ୍ଡିଆ ବ୍ଲକକୁ ୧୬ରୁ ୨୦ ସିଟ ମିଳିବା ନେଇ ଆକଳନ କରାଯାଉଛି ।

ମହାରାଷ୍ଟ୍ରରେ ବିଜେପିକୁ ୨୦-୨୨ସିଟ୍, ଶିବସେନା(ସିନେ୍ଧ)କୁ ୮ରୁ ୧୦, ଏନସିପି (ଅଜିତ ପୱାର) କୁ ୧ରୁ ୨ ସିଟ୍, ଏନସିପି (ଶରଦ ପୱାର)କୁ ୩ରୁ୫, ଶିବସେନା (ଉଦ୍ଧବ ଗୋଷ୍ଠୀ)କୁ ୯ରୁ ୧୧ ଓ କଂଗ୍ରେସକୁ ୩ରୁ ୪ ସିଟ ମିଳିପାରେ । ଏନଡିଏକୁ ୪୬ ପ୍ରତିଶତ, ଇଣ୍ଡିଆକୁ ୪୩ ଓ ଅନ୍ୟ ଖାତାରେ ୧୧ ପ୍ରତିଶତ ଭୋଟ ରହିପାରେ ।