ଭାରତରେ ବୁଲା କୁକୁର ଓ ବିଲେଇଙ୍କ ସଂଖ୍ୟା କେତେ? ପୂରା ତଥ୍ୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ?

252

କନକ ବ୍ୟୁରୋ : ଦେଶରେ ବୁଲା କୁକୁର ଏବଂ ବିଲେଇଙ୍କ ସଂଖ୍ୟାକୁ ନେଇ ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ୬.୨କୋଟି ହୋଇଥିବାବେଳେ ବିଲେଇଙ୍କ ସଂଖ୍ୟା ପ୍ରାୟ ୯୧ ଲକ୍ଷ ।ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶର ଜନତାଙ୍କ କହିବା କଥା ଯେ ସେମାନେ ପ୍ରତି ସପ୍ତାହରେ ଅତି କମରେ ଗୋଟିଏ ବିଲେଇ ବା କୁକୁରକୁ ରାସ୍ତା କଡରେ ଦେଖନ୍ତି। ଦି ଷ୍ଟେଟ୍ ଅଫ୍ ପେଟ ହୋମଲେସନେସ ଇଣ୍ଡେକ୍ସ ଡାଟା ଫର ଇଣ୍ଡିଆ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଦେଶରେ ବୁଲା ପଶୁଙ୍କ ସଂଖ୍ୟା ବୃଦ୍ଧି ହେତୁ ଭାରତର ‘ଅଲ୍ ପେଟସ ୱାଣ୍ଟେଡ୍’ ସ୍କୋରରେ ହ୍ରାସ ଘଟିଛି। ବର୍ତ୍ତମାନ ୧୦ ପଏଣ୍ଟ ଷ୍ଟାଣ୍ଡାର୍ଡରେ ଭାରତର ସ୍କୋର ୨.୪ ରହିଛି ।

ଏହି ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ଭାରତରେ ୮୫ ପ୍ରତିଶତ କୁକୁର ଏବଂ ବିଲେଇ ବାସହୀନ ହୋଇଥିବାବେଳେ ପ୍ରାୟ ୬୮ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ପ୍ରତି ସପ୍ତାହରେ ଅତି କମରେ ଗୋଟିଏ ବିଲେଇକୁ ଦେଖନ୍ତି । ସେହିପରି ପ୍ରାୟ ୭୭ ପ୍ରତିଶତ ଲୋକ ପ୍ରତି ସପ୍ତାହରେ ଥରେ ବୁଲା କୁକୁର ଦେଖୁଥିବାର କହିଛନ୍ତି । ଏହି ନୂତନ ତଥ୍ୟ ଅନୁଯାୟୀ ଦେଶରେ ପ୍ରାୟ ଆଠ କୋଟି ବୁଲା କୁକୁର ଏବଂ ବିଲେଇ ଅଛନ୍ତି। ଏଥି ସହିତ ପ୍ରାୟ ୮୮ ଲକ୍ଷ କୁକୁର ଏବଂ ବିଲେଇଙ୍କୁ ଆଶ୍ରୟ ମିଳିପାରିଛି ।

ଭାରତ ବ୍ୟତୀତ ଯଦି ଆମେ ବିଶ୍ୱର ଅନ୍ୟ ଦେଶମାନଙ୍କ ବିଷୟରେ ଆଲୋଚନା କରିବା, ତେବେ ରିପୋର୍ଟରେ ଦର୍ଶାଯାଇଛି ଯେ ଚୀନରେ ବୁଲା କୁକୁର ଏବଂ ବିଲେଇଙ୍କ ସଂଖ୍ୟା ପ୍ରାୟ ୭.୫ କୋଟି ହୋଇଥିବାବେଳେ ଜର୍ମାନୀରେ ୨୦.୬ ଲକ୍ଷ, ମେକ୍ସିକୋରେ ୭୪ ଲକ୍ଷ, ଋଷରେ ୪୧ ଲକ୍ଷ, ଦକ୍ଷିଣ ଆଫ୍ରିକାରେ ୪୧ ଲକ୍ଷ ଏବଂ ବ୍ରିଟେନରେ ୧୧ ଲକ୍ଷ ବୁଲା କୁକୁର ଓ ବିଲେଇ ରହିଛନ୍ତି ।