ରାଜ୍ୟର ଅଛନ୍ତି କେତେ ଦେହଜୀବୀ ? କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ମହିଳା ଅଛନ୍ତି ଦେହ ବ୍ୟବସାୟରେ ଲିପ୍ତ ? ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

1,290

କନକ ବ୍ୟୁରୋ: ରାଜ୍ୟରେ ଅଛନ୍ତି ୧୦ ହଜାରରୁ ଅଧିକ ଦେହଜୀବୀ । ଓଡିଶାର ବିଭିନ୍ନ ସ୍ଥାନରେ ୧୦ ହଜାର ୨୧୦ ଜଣ ମହିଳା ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ବିଧାନସଭାରେ ଯୌନକର୍ମୀଙ୍କ ତାଲିକା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରମେଶ ସାଏଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ରଖିଛନ୍ତି ନବ ଦାସ ।

ତେବେ ରାଜ୍ୟରେ କେଉଁ ଅଞ୍ଚଳରେ କେତେ ମହିଳା ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ଆଉ ସେମାନଙ୍କୁ ଉକ୍ତ କୁତ୍ସିତ କାମରୁ ନିବୃତ୍ତ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତା ଉପରେ ପ୍ରଶ୍ନ କରିଥିଲେ ରମେଶ । ଆଉ ତାହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି କି ଏହି ଯୌନକର୍ମୀଙ୍କ ନିମନ୍ତେ ଲକ୍ଷ୍ୟଭେଦୀ ପ୍ରକଳ୍ପ ମାଧ୍ୟମରେ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଏଚଆଇଭି ଓ ଏଡସ ସମ୍ପର୍କିତ ସେବା ଓ ସୁବିଧା ଯୋଗାଇ ଆସୁଛି ।

ମୋଟ ୧୦, ୨୧୦ ଜଣ ଦେହଜୀବୀଙ୍କ ମଧ୍ୟରୁ ବାଲେଶ୍ୱରରେ ସର୍ବାଧିକ ମହିଳା ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ବାଲେଶ୍ୱରରେ ୧୦୫୦ ଜଣ ମହିଳା ଯୌନକର୍ମୀ ଭାବେ ଲିପ୍ତ ରହିଥିବା ବେଳେ କୋରାପୁଟରେ ୭୫୦, କେନ୍ଦୁଝର, ଯାଜପୁର, ଓ କେନ୍ଦୁଝରରେ ୭୦୦ ଜଣ ଲେଖାଏଁ ଦେହଜୀବୀ ଅଛନ୍ତି । ତେବେ ଢେଙ୍କାନାଳରେ ସର୍ବନିମ୍ନ ୧୫୦ ମହିଳା ଯୌନ ବ୍ୟବସାୟରେ ଲିପ୍ତ ରହିଥିଲା ଉତ୍ତରରେ କହିଛନ୍ତି ମନ୍ତ୍ରୀ ନବ ଦାଶ ।