ଓଡିଶାରେ ଟିକା ନେବା ପରେ କେତେ ଜଣଙ୍କୁ ହୋଇଛି କରୋନା? ପଢନ୍ତୁ କଣ କହୁଛି ତଥ୍ୟ ।

Advertisment
ଓଡିଶାରେ ଟିକା ନେବା ପରେ କେତେ ଜଣଙ୍କୁ ହୋଇଛି କରୋନା? ପଢନ୍ତୁ କଣ କହୁଛି ତଥ୍ୟ ।

କନକ ବ୍ୟୁରୋ: ବର୍ତମାନ ସୁଦ୍ଧା ଓଡିଶାରେ ୧କୋଟି ୪୪ ଲକ୍ଷ ଡୋଜ ଟିକାକରଣ କରାଗଲାଣି । କରୋନାକୁ ପ୍ରତିହତ କରିବାରେ ଟିକା ହେଉଛି ଏକ ବଡ ଅସ୍ତ୍ର । ହେଲେ ଟିକା ନେବା ପରେ ବି କରୋନା ସଂକ୍ରମଣର ଖବର ଆସୁଛି । ଅବଶ୍ୟ ଏ ସଂଖ୍ୟା କମ ରହିଛି ।

ଟିକା ନେଇ ବର୍ତ୍ତମାନ ସୁଦ୍ଧା ୧୮, ୮୦୫ ସଂକ୍ରମିତ
ପ୍ରଥମ ଡୋଜ ନେଇ ୧୦,୪୦୯ ଜଣ ଆକ୍ରାନ୍ତ
ଦ୍ୱିତୀୟ ଡୋଜ ନେଇ ୮,୩୯୬ ଜଣ ସଂକ୍ରମିତ ହୋଇଛନ୍ତି
ଭୁବନେଶ୍ୱରରେ ପ୍ରଥମ ଡୋଜ ନେଇଥିବା ୧୮୯୦ ଜଣ ସଂକ୍ରମିତ
ଦୁଇଟି ଡୋଜ ନେଇ ୨୫୨୭ ଜଣ କରୋନାରେ ଆକ୍ରାନ୍ତ
ମୟୂରଭଂଜରେ ପ୍ରଥମ ଡୋଜ ନେଇ ୧୧୦୦ ଆକ୍ରାନ୍ତ
ଦ୍ୱିତୀୟ ଡୋଜ ନେଇ ୭୭୫ ଜଣ ସଂକ୍ରମିତ
ବାଲେଶ୍ୱରରେ ୭୩୮ ଜଣ ଆକ୍ରାନ୍ତ
ଦ୍ୱିତୀୟ ଡୋଜ ନେଇ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି

ଏହି ପରିସଂଖ୍ୟାନ ଦର୍ଶାଉଛି, ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୧ପ୍ରତିଶତରୁ କମ ସଂକ୍ରମିତ ହୋଇଛନ୍ତି । ସୂଚନା ଅନୁସାରେ ଟିକା ନେବା ପରେ କରୋନା ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ ଦେଶର ଅଧାରୁ ଅଧିକ ଲୋକଙ୍କ ଠାରେ ଆଂଟିବଡି ସୃଷ୍ଟି ହୋଇଛି । ଆସିଏମଆର ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟର ତଥ୍ୟ ଅନୁସାରେ ଦେଶର ୬୭ପ୍ରତିଶତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ।

୫୭.୨% ୬- ୯ ବର୍ଷ ପିଲାଙ୍କ ଦେହରେ ଆଂଟିବଡି ରହିଛି
୬୧.୬% ୧୦-୧୭ କିଶୋରଙ୍କ ଠାରେ ରୋଗପ୍ରତିରୋଧ ଶକ୍ତି
୬୬.୧୭% ୧୮-୪୪ ବୟସ୍କଙ୍କ ଠାରେ ରୋଗପ୍ରତିରୋଧ ଶକ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe