ଗତ ୨ ବର୍ଷରେ ସାପ କାମୁଡାରେ ଯାଇଛି କେତେ ଜୀବନ, ଅନୁକମ୍ପାମୂଳଳ ସହାୟତା ରାଶି ବାବଦକୁ କେତେ ଟଙ୍କା ଦିଅନ୍ତି ସରକାର? ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ।
କନକ ବ୍ୟୁରୋ : ଗତ ୨ ବର୍ଷରେ ରାଜ୍ୟରେ ସାପ କାମୁଡାରେ ୧୩୩୬ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ବିଧାନସଭାରେ ମନ୍ତ୍ରୀ ଲେଖିଥିବା ଉତ୍ତର ଅନୁଯାୟୀ, ଗତ ୨ ବର୍ଷରେ ସାପ କାମୁଡାରେ ୧୩୩୬ ଜଣ, ବଜ୍ରପାତରେ ୪୨୪, କୁମ୍ଭୀର ଆକ୍ରମଣରେ ୧୧, ହାତୀ ଆକ୍ରମଣରେ ୨୫୯ ଜଣ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ମୃତକଙ୍କ ପିଛା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । ସେହିଭଳି ପାଣିରେ ବୁଡି ମୃତ୍ୟୁ ହେଲେ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଦିଆଯାଇଥାଏ । ତେବେ ନଦୀକୁ ଡେଇଁ କିମ୍ବା ବିଷଖାଇ ମୃତ୍ୟୁବରଣ କଲେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ରାଶି ପ୍ରଦାନ କରାଯାଇନଥାଏ । ଅନ୍ୟପଟେ ଚଳିତ ବର୍ଷ ମେ’ ୨୨ ଠାରୁ ଅନୁକମ୍ପାମୂଳକ ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି ।