କନକ ବ୍ୟୁରୋ: ଦେଶରେ ଏବେ କରୋନା ପାଇଁ ଅକ୍ସିଜେନର ହାହାକାର ପଢ଼ିଛି । ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି ଆଇସିୟୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ରାଜ୍ୟରେ କେତେ ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଆମ ରାଜ୍ୟ ଅନ୍ୟ ରାଜ୍ୟଗୁଡିକୁ ଅକ୍ସିଜେନ୍ ଯୋଗାଇ ଦେଉଥିବାବେଳେ ଆମ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ୍ ମହଜୁଦ ଅଛି ତ ? ଏଭଳି ପ୍ରଶ୍ନ ଭିତରେ ଆସନ୍ତୁ ଜାଣିବା ରାଜ୍ୟରେ ଅକ୍ସିଜେନର ହିସାବ କିତାବ ।
ରାଜ୍ୟରେ ଅକ୍ସିଜେନର ହିସାବ କିତାବ
- ରାଜ୍ୟରେ ମୋଟ୍ ୨ ହଜାର ୧୯୮ ଆକ୍ରାନ୍ତ ହସ୍ପିଟାଲ ବେଡରେ ଅଛନ୍ତି
- ଏମାନଙ୍କ ମଧ୍ୟରୁ ଗୁରୁତର ରୋଗୀଙ୍କ ପାଇଁ ୩୫.୯୯ ମେଟ୍ରିକ ଟନ୍ ଅକ୍ସିଜେନ ଦରକାର
- ରାଜ୍ୟରେ ଉତ୍ପାଦନ ହେଉଛି ପ୍ରାୟ ୫୦୦ ମେଟ୍ରିକ ଟନ୍ ଅକ୍ସିଜେନ୍
- ସିଲିଣ୍ଡର ଜରିଆରେ ୧୨୯. ୬୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ ହେଉଛି
- ଦୈନିକ ୩୭୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ହେଉଛି
- ଏପର୍ଯ୍ୟନ୍ତ ୪୯ଟି ଟ୍ୟାଙ୍କରରେ ୮୬୯ ମେଟ୍ରିକ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଗଲାଣି