ମଣିଷ ଆଖି କେତେ ମେଗାପିକ୍ସଲ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

86

କୌଣସି ବ୍ୟକ୍ତି ଗୋଟେ ମୋବାଇଲ କିଣିବା ପୂର୍ବରୁ ବହୁ ପରୀକ୍ଷା ନିରୀକ୍ଷା କରିଥାଏ । ଆଜିକାଲି ମୋବାଇଲର ସବୁଠୁ ମୂଖ୍ୟ ଜିନିଷ ହେଉଛି କ୍ୟାମେରା । ମୋବାଇଲ କିଣିବା ପୂର୍ବରୁ ଫୋନର କ୍ୟାମେରା କେତେ ମେଗାପିକ୍ସଲ ତାହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଶରୀରରେ ଥିବା ଆଖି କେତେ ମେଗାପିକ୍ସଲର? ଯଦି ଆପଣଙ୍କ ଆଖିକୁ ଡିଜିଟାଲ କ୍ୟାମେରା ବନେଇ ଦିଆଯାଏ ତେବେ ଏହା କେତେ ମେଗାପିକ୍ସଲର ହେବ? ତେବେ ଆସନ୍ତୁ ଜାଣିବା ଆମ ଆଖିର ପାୱାର କେତେ ।

ପ୍ରଥମ କଥା ହେଉଛି ମଣିଷର ଆଖିକୁ ଆଧାର କରି କ୍ୟାମେରା ତିଆରି କରାଯାଇଛି । ଯେପରି ଆଖିରେ ଲେନ୍ସ ଏବଂ ରେଟିନା ରହିଛି ସେହିପରି କ୍ୟାମେରାରେ ମଧ୍ୟ ଲେନ୍ସ ଏବଂ ଅନ୍ୟାନ୍ୟ ଯନ୍ତ୍ର ଫିଟ କରାଯାଇଛି । କିନ୍ତୁ ମଣିଷ ଶରୀରରେ ଥିବା ଆଖି ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ କ୍ୟାମେରା ଭଳି କାମ କରିବାର କ୍ଷମତା ପାଇନାହିଁ । ଆଖି କେବଳ ସାମ୍ନାରୁ ହେଉଥିବା ହଲଚଲ ଦେଖିଥାଏ ଏବଂ ମସ୍ତିଷ୍କ ତାହାର ଗୋଟିଏ ଚିତ୍ର ବନାଇ ଦେଇଥାଏ । ଯାହା ଏକ ସେନସର୍ ଏବଂ ପ୍ରୋସେସର ଭଳି କାମ କରିଥାଏ । ରେଟିନା ବିଲକୁଲ କ୍ୟାମେରାର କ୍ୟାସେଟ ଭଳି ହୋଇଥାଏ । ରେଟିନାର ଫୋଟ ରିସେପ୍ଟର କୋସିକା ଆମର ମସ୍ତିଷ୍କକୁ ଏକ ଚିତ୍ର ଦେଖାଇଥାଏ ଯାହା ଦ୍ୱାରା ମନୁଷ୍ୟ ଦେଖିପାରିଥାଏ । ଆଖି କ୍ୟାମେରା ଠାରୁ ସୁଖ୍ମ ହୋଇଥାଏ କିନ୍ତୁ ଦୁଇ ଜଣକ କାମ ଠିକ ଏକାପରି ହୋଇଥାଏ ।

ଗୋଟେ ମୋବାଇଲ ଫୋନର କ୍ୟାମେରା ୫, ୧୦ କିମ୍ବା ୧୩ ମେଗାପିକ୍ସଲର ହୋଇଥାଏ କିନ୍ତୁ ମଣିଷର ଆଖି ଗୋଟେ ଥରରେ ୫୭୬ ମେଗାପିକ୍ସଲ କ୍ଷେତ୍ରଫଳ ଦେଖିପାରିଥାଏ । କିନ୍ତୁ ଆମର ମସ୍ତିଷ୍କ ଏହାକୁ ଏକା ସହିତ ପ୍ରୋସେସ କରିପାରି ନଥାଏ । ସେଥି ପାଇଁ କୌଣସି ଘଟଣାକୁ ଠିକ ଭାବରେ ଦେଖିବା ପାଇଁ ହେଲେ ଆମ ଆଖିକୁ ସେହି ଦିଗକୁ ବୁଲାଇବାକୁ ପଡିଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ ଆପଣଙ୍କ ଆଖି ଆପଣଙ୍କୁ ଯେଉଁ ଚିତ୍ର ଦେଖାଇଥାଏ ତାହା ୫୭୬ ମେଗାପିକ୍ସଲର ହୋଇଥାଏ ।