କନକ ବ୍ୟୁରୋ: ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟସ୍ତରୀୟ ଏକୀକୃତ ନିର୍ଗମନ କର୍ତୃପକ୍ଷଙ୍କ ମାଧ୍ୟମରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ୫୧୨ଟି ବୃହତ୍ତ ଶିଳ୍ପ ପ୍ରକଳ୍ପ ୧୧,୮୫,୨୮୧. ୪୦ କୋଟି ଟଙ୍କାର ପୁଞ୍ଜିନିବେଶ ମାଧ୍ୟମରେ ରାଜ୍ୟରେ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି । ଏହି ଶିଳ୍ପ ଗୁଡିକରେ ୫ ଲକ୍ଷ ୭୧ ହଜାର ୩୦୩ଟି ନିଯୁକ୍ତିର ଆକଳନ କରାଯାଉଛି । ଏନେଇ ଆଜି ବିଧାନସଭା ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।
ବିଧାନସଭା ପ୍ରଶ୍ନକାଳରେ ଭଟ୍ଟଲୀ ବିଧାୟକ ଇରାଶିଷ ଆଚାର୍ଯ୍ୟ ଆଜି ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଗତ ୫ ବର୍ଷ ଭିତରେ ଓଡିଶାକୁ କେତେ ଶିଳ୍ପ କାରଖାନା ଏବଂ କମ୍ପାନୀ ଆସିଛନ୍ତି? ତା ସହ ତାଙ୍କୁ କଣ ସବୁ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ଇରାଶିଷ ।
ଏହାର ଉତ୍ତର ରଖିଥିଲେ ଶିଳ୍ପମନ୍ତ୍ରୀ ଇରାଶିଷ ଆଚାର୍ଯ୍ୟ । ସେ କହିଥିଲେ, ଶିଳ୍ପ ପ୍ରକଳ୍ପ ମଧ୍ୟରୁ ଅଦ୍ୟାବଧି ଶିଳ୍ପର ବିଭିନ୍ନ କ୍ଷେତ୍ରରେ ୩୦ଟି ବୃହତ୍ତ ପ୍ରକଳ୍ପ ସ୍ଥାପନ ହେଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଇଛନ୍ତି । ଏହି ଶିଳ୍ପଗୁଡିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୧୯,୫୨୮.୬୬ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୨୦ ହଜାର ୨୫୧ଟି ନିଯୁକ୍ତି ସୃଷ୍ଟି ହେଇପାରିବ । ଏହାବାଦ୍ ୨୩୫ଟି ଶିଳ୍ପ ସଂସ୍ଥାକୁ ବିଭିନ୍ନ ଶିଳ୍ପ ପାଇଁ ବିଭିନ୍ନ ସୁବିଧାରେ ୬୮୪୭.୬୮୧ ଏକର ସରକାରୀ ଜମି ଓ ୧୮୦୪.୯୫୪ ଏକର ବେସରକାରୀ ଜମି ଆବଣ୍ଟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/34-12.jpg)