ରାଜ୍ୟର ପ୍ରମୁଖ ଡାକ୍ତରଖାନାରେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା : ଜାଣନ୍ତୁ କେଉଁଠି କେତେ ଡାକ୍ତର କରୋନାରେ ସଂକ୍ରମିତ ?

164

କନକ ବ୍ୟୁରୋ : ରାଜ୍ୟର ପ୍ରମୁଖ ଡାକ୍ତରଖାନାଗୁଡିକରେ ହଜାରେରୁ ଅଧିକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ଏହିସବୁ ମେଡିକାଲଗୁଡିକରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ଏମ୍ସରେ ୩୦୦ରୁ ଅଧିକ ଡାକ୍ତର ଓ ନର୍ସ କରୋନାର ସଂକ୍ରମିତ ହୋଇଛନ୍ତି । କଟକ ଏସସିବି ଓ ବୁର୍ଲାର ଭିମାସାରରେ ୩୦୦ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ସଙ୍ଗରୋଧରେ ଅଛନ୍ତି ।

ଡାକ୍ତର ଅଭାବରୁ ଏମ୍ସରେ ଗତକାଲିଠାରୁ ଓପିଡି ସେବା ବନ୍ଦ ରହିଛି । କଟକ ବଡ ମେଡିକାଲରେ ବି ସେହି ଏକା ଅବସ୍ଥା । ଏଠାରେ ମଧ୍ୟରେ ୨୦୦ରୁ ଅଧିକ ଡାକ୍ତର ଓ ଅନ୍ୟ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ୫୦ ପ୍ରତିଶତ କର୍ମଚାରୀ କାମରେ ଯୋଗଦେଇସାରିଥିବାରୁ ଏଠାରେ ସେଭଳି ସମସ୍ୟା ହୋଇନାହିଁ । ବ୍ରହ୍ମପୁରର ଏମକେସିଜିରେ ମଧ୍ୟ ଅନେକ ଡାକ୍ତର , ନର୍ସ ଓ ପାରାମେଡିକାଲ କର୍ମଚାରୀ କୋଭିଡରେ ସଂକ୍ରମିତ ହୋଇଛି । ଫଳରେ ରୋଗୀସେବା ଉଣାଅଧିକେ ପ୍ରଭାବିତ ହୋଇଛି ।

କେଉଁଠି କେତେ ଡାକ୍ତର କରୋନାରେ ସଂକ୍ରମିତ ?
– ଏମ୍ସରେ ୩୦୦ରୁ ଅଧିକ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ
– ଗତ ସୋମବାରଠାରୁ ଏମ୍ସରେ ବନ୍ଦ ରହିଛି ଓପିଡି
– କଟକ ଏସସିବି ଓ ବୁର୍ଲା ଭିମସାରରେ ୩୦୦ ଷ୍ଟାଫ ସଙ୍ଗରୋଧରେ
– ଏସସିବିରେ ୨ ଶହରୁ ଅଧିକ ଷ୍ଟାଫଙ୍କୁ କରୋନା
– ୫୦% କର୍ମଚାରୀ କାମରେ ଯୋଗଦେଇସାରିଲେଣି
– ଏମକେସିଜିରେ ବି ଅନେକ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ