ଘରୋଇ ହସ୍ପିଟାଲ ପାଇଁ ଟୀକା ଦର ନିର୍ଦ୍ଧାରଣ । ଜାଣନ୍ତୁ କେଉଁ ଟୀକା ପାଇଁ କେତେ ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର ?

440

କନକ ବ୍ୟୁରୋ: ଧାର୍ଯ୍ୟ ହେଲା ଟୀକା ଦର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୀକା ଦର ଧାର୍ଯ୍ୟ । ଘରୋଇ ହସ୍ପିଟାଲ ପାଇଁ ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର । କୋଭାକ୍ସିନ ଟୀକା ଦର ୧୪୧୦ ଟଙ୍କା ଧାର୍ଯ୍ୟ । କୋଭିସିଲ୍ଡ ଟୀକା ଦର ୭୮୦ ଟଙ୍କା ଧାର୍ଯ୍ୟ । ସ୍ପୁଟନିକ ଟୀକା ଦର ୧୧୪୫ ଟଙ୍କା ଧାର୍ଯ୍ୟ । ତେବେ ପ୍ରତି ଟୀକା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ ।

ତେବେ ଗତକାଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାଗଣା ଟୀକା ଘୋଷଣା କରିଥିଲେ । ସମସ୍ତ ଦେଶବାସୀଙ୍କୁ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଘୋଷଣା କରିଥିଲେ । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାର ଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଥିଲେ । ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା କେନ୍ଦ୍ର ଯୋଗାଇବ । ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଉତ୍ପାଦିତ ଟୀକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇବ । କାଲି ମାଗଣା ଟୀକା ନେଇ ଘୋଷଣା କରିବା ସହ ଯେଉଁମାନେ ଚାହିଁବେ ଘରୋଇ ହସ୍ପିଟାଲରୁ ବି ଟୀକା ନେଇପାରିବେ ବୋଲି ମୋଦି କହିଥିଲେ । ଆଉ ଆଜି ସମସ୍ତ ଟୀକାର ମୂଲ୍ୟ ଧାର୍ଯ୍ୟ ହୋଇଛି ।