କନକ ବ୍ୟୁରୋ: ଆଜି ବିଜେପି ତାର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୯୫ ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୫୦- ବର୍ଷରୁ କମ ୪୭ ଜଣ ଅଛନ୍ତି ଯୁବବର୍ଗର ପ୍ରାର୍ଥୀ ରହିଛନ୍ତି । ସେହିପରି ୨୮ ଜଣ ମହିଳାଙ୍କ ନାଁ ବି ଏହି ଲିଷ୍ଟରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂ ଚୌହାନଙ୍କ ଭଳି ହେଭିୱେଟ ନେତା ଏଥିରେ ସାମିଲ ଅଛନ୍ତି ।

Advertisment

କେଉଁ ରାଜ୍ୟରୁ କେତେ ପ୍ରାର୍ଥୀ?
ଉତ୍ତର ପ୍ରଦେଶ – ୫୧
ପଶ୍ଚିମବଙ୍ଗ – ୨୬
ମଧ୍ୟପ୍ରଦେଶ – ୨୪
ଗୁଜରାଟ-୧୫
ରାଜସ୍ଥାନ -୧୫
କେରଳ-୧୫
ତେଲେଙ୍ଗାନା ୯
ଆସାମ -୧୧
ଝାଡଖଣ୍ଡ -୧୧
ଛତିଶଗଡ-୧୧
ଦିଲ୍ଲୀ – ୫
ଜାମ୍ମୁକାଶ୍ମୀର – ୨
ଉତ୍ତରାଖଣ୍ଡ – ୩
ଅରୁଣାଚଳ ପ୍ରଦେଶ-୨
ଗୋଆ – ୧
ତ୍ରିପୁରା – ୧
ଆଣ୍ଡାମାନ-୧
ଡାମନ ଡ୍ୟୁ-୧

କେଉଁଠୁ ଲଢିବେ କିଏ?
ବାରଣାସୀ - ନରେନ୍ଦ୍ର ମୋଦୀ
ଗାନ୍ଧୀନଗର - ଅମିତ ଶାହା
ଲକ୍ଷ୍ନୌ – ରାଜନାଥ ସିଂହ
ଆମେଥି – ସ୍ମୃତି ଇରାନୀ
ଦିବ୍ରୁଗଡ – ସର୍ବାନନ୍ଦ ସୋନୱାଲ
ଗୁଣା – ଜ୍ୟୋତିରାଦିତ୍ୟ ସିନ୍ଧିଆ
ବିଦିଶିା – ଶିବରାଜ ସିଂହ ଚୌହାନ
ଅରୁଣାଚଳ ପ୍ରଦେଶ ୱେଷ୍ଟ – କିରଣ ରିଜିଜୁ
ଗୋରଖପୁର - ରବି କିଷାନ
କୋଟା – ଓମ ବିର୍ଲା
ମଥୁରା – ହେମା ମାଳିନୀ
ଖେରି - ଅଜୟ ମିଶ୍ରା ଟେନି
ନର୍ଥ ଇଷ୍ଟ ଦିଲ୍ଲୀ – ମନୋଜ ତିୱାରୀ