କନକ ବ୍ୟୁରୋ : ଦେଶରେ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ପରେ ଏବେ ଦେଶରେ ଅଧିକାଂଶ ଲୋକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଏକ ରିପୋର୍ଟ ମୁତାବକ ଏବେ ଦେଶରେ ୯୫ ପ୍ରତିଶତ ନାଗରିକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଆର୍ଥିକ କାରବାର ପାଇଁ ନାଗରିକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିବା ନିହାତି ଜରୁରୀ । ଏହା ମାଧ୍ୟମରେ ଆପଣ ସୁରକ୍ଷିତ ଭାବେ ଆର୍ଥିକ କାରବାର କରିପାରିବେ ।

Advertisment

କିଛି ଲୋକଙ୍କ ନାମରେ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରହିଛି । ହେଲେ ଆପଣ ଜାଣିଛନ୍ତି କି, ଭାରତର ଜଣେ ନାଗରିକ ପାଖରେ କେତୋଟି ଆକାଉଣ୍ଟ ରହିପାରିବ । ଆପଣଙ୍କୁ କହିରଖୁ କି ବ୍ୟାଙ୍କ ଆକାଉଣ୍ଟ ଅନେକ ପ୍ରକାରର ରହିଛି । ଯେଭଳି ସେଭିଙ୍ଗ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ସାଲାରୀ ଆକାଉଣ୍ଟ ଓ ଜଏଣ୍ଟ ଆକାଉଣ୍ଟ, । ସାଧାରଣ ଭାବେ ଅଧିକାଂଶ ଲୋକଙ୍କ ପାଖରେ ସେଭିଙ୍ଗ ଆକାଉଣ୍ଟ ରହିଥାଏ । ଏହି ଆକାଉଣ୍ଟର ଉର୍ଦ୍ଦେଶ୍ୟ କେବଳ ସଂଚୟ ପାଇଁ । ଏହି ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ତରଫରୁ ପ୍ରତି ୩ମାସରେ ସୁଧ ପ୍ରଦାନ କରାଯାଇଥାଏ ।

ସେହିଭଳି ବ୍ୟବସାୟୀମାନେ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିଥାନ୍ତି । ଏହି ପ୍ରକାର ଆକାଉଣ୍ଟରେ ସର୍ବାଧିକ ନେଣଦେଣ ହୋଇଥାଏ । ଏହାସହ ଯେଉଁମାନଙ୍କର ପ୍ରତିମାସରେ ଦରମା ଆସୁଛି ସେମାନେ ସାଲାରୀ ଆକାଉଣ୍ଟ ଖୋଲିଥାନ୍ତି । ଏହି ଆକାଉଣ୍ଟରେ ବାଲାନ୍ସ ମେଣ୍ଟନ କରିବାକୁ ପଡିନଥାଏ । ଲଗାତର ୩ମାସ ପର୍ଯ୍ୟନ୍ତ ଯଦି ଆପଣଙ୍କ ଖାତାକୁ ଦରମା ନଆସେ ତେବେ ତାହା ସେଭିଙ୍ଗ ଆକାଉଣ୍ଟକୁ ବଦଳିଯାଇଥାଏ । ଆପଣ ଚାକିରି ବଦଳାଇବା ବେଳେ ଏହି ଆକାଉଣ୍ଟକୁ ମଧ୍ୟ ବଦଳାଇ ପାରିବେ ।

ଏବେ ଜାଣିବା ଜଏଣ୍ଟ ଆକାଉଣ୍ଟ ବାବଦରେ । ଜଏଣ୍ଟ ଆକାଉଣ୍ଟ ଦୁଇ କିମ୍ବା ତା ଠାରୁ ଅଧିକ ବ୍ୟବସାୟୀ ସହଯୋଗୀ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ନାମରେ ଖୋଲା ହୋଇଥାଏ । ଏହି ଆକାଉଣ୍ଟରେ ଅନେକ ଲାଭ ମିଳିଥାଏ ।

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି, ଭାରତୀୟ ରିଜର୍ଭ ବ୍ୟାଙ୍କର ନିମୟ ମୁତାବକ ଜଣେ ବ୍ୟକ୍ତି ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିପାରିବ ତେବେ ଜଣେ ବ୍ୟକ୍ତି ନିଜ ନାମରେ ଓ ନିଜ ଆବଶ୍ୟକତା ମୁତାବକ ଅନେକ ଆକାଉଣ୍ଟ ଖୋଲିପାରିବେ ।