କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ ପରେ ତେଜୁଛି ବିରୋଧ । ଗିରଫକୁ ବିରୋଧ କରି ଏକାଠୀ ହୋଇଛନ୍ତି ବିରୋଧୀ । ମୋଦୀ ସରକାର ସିବିଆଇ, ଇଡି ଭଳି ତଦନ୍ତକାରୀ ଏଜେନ୍ସିକୁ ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।

Advertisment

ମୁଖ୍ୟ ବିରୋଧୀ ଦଳ ଏବଂ ନେତାମାନେ ଟୁଇଟ କରି ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ଆପ ସହ ଅହିନକୁଳ ସମ୍ପର୍କ ସତ୍ୱେ ପରୋକ୍ଷରେ ମନିଷ ସିସୋଦିଆଙ୍କ ଗିରଫକୁ ବିରୋଧ କରିଛି କଂଗ୍ରେସ ନେତା । ଟିଏମସି, ଶିବସେନା(ୟୁବିଟି), ସମାଜବାଦୀ ପାଟି, କେସିଆରଙ୍କ ଭାରତ ରାଷ୍ଟ୍ର ସମିତି, ନୀତିଶ କୁମାରଙ୍କ ଜେଡିୟୁ, କଂଗ୍ରେସର ସହଯୋଗୀ ଦଳ ଜେଏମଏମ, ଲାଲୁ ଯାଦବଙ୍କ ଆରଜେଡି ମଧ୍ୟ ସିଶୋଦିଆଙ୍କ ଗିରଫଦାରିକୁ ବିରୋଧ କରିଛି ।

ବିଜେପିକୁ ଟାର୍ଗେଟ କଲେ କଂଗ୍ରେସର ମିଡିଆ ଇନଚାର୍ଜ ଜୟୀରାମ ରମେଶ
ଜୟୀରାମ କହିଛନ୍ତି, ମୋଦୀ ସରକାରଙ୍କ ଅମଳରେ ସିବିଆଇ, ଇଡି, ଆୟକର ବିଭାଗ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଉଛି । ଏହି ସ୍ୱତନ୍ତ୍ର ସଂସ୍ଥାଗୁଡିକ ନିଜର ସ୍ୱତନ୍ତ୍ରତା ହରାଇଛି ।
ଟଏମସି ନେତା ଡେରେକ ଓବ୍ରେଇନ୍ କହିଛନ୍ତି, ଯଦି ମନୀଷ ସିସୋଦିଆ ବିଜେପି ସହ ଯୋଗଦେଇଥାନ୍ତେ ସେ କେବେବି ଗିରଫ ହୋଇନଥାନ୍ତେ ।
‘ବିଜେପିଠୁ ଶିବସେନା, ଜେଡିୟୁ, ଟିଡିପି, ଅକାଳୀ ଦଳ ଅଲଗା ହୋଇସାରିଲେଣି । ‘
ଏବେ ସିବିଆଇ, ଇଡି, ଆଇଟି ବିଜେପି ପ୍ରକୃତ ମେଣ୍ଟ ବୋଲି କହିଛନ୍ତି ଏହି ଟିଏମସି ନେତା ।
ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାବଦ କହିଛନ୍ତି, ଯିଏ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତନ ଆଣିଛନ୍ତି ତାଙ୍କୁ ଗିରଫ କରାଯାଉଛି ।
‘ଏହା ଦର୍ଶାଉଛି ବିଜେପି କେବଳ ଶିକ୍ଷା ବିରୋଧୀ ନୁହେଁ ବଂର ଦିଲ୍ଲୀ ପିଲାଙ୍କ ଭବିଷ୍ୟତ ବିରୋଧୀ । ‘