ବିଳାସମୟ ଥିଲା ବବିଙ୍କ କ୍ୱାର୍ଟର । ବିଜେପି ମୁଖପାତ୍ର ଖୋଲିଲେ ବିଜେଡି ନେତାଙ୍କ ଗୁମର ।

1,351

କନକ ବ୍ୟୁରୋ: ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ବବିଙ୍କ ସରକାରୀ କ୍ୱାର୍ଟର ଭିତରେ କ’ଣ ସବୁ ରହିଛି ତା’ର ଗୁମର ଖୋଲିଛନ୍ତି ବିଜେପି ନେତା । କହିଛନ୍ତି, ସରକାରୀ କ୍ୱାର୍ଟର ନାଁରେ ଏଠି ନିୟମ ଉଲଂଘନ ହୋଇଛି । କ୍ୱାର୍ଟର ଭିତରେ ଯାହା ଅଛି ତାହା ଚିନ୍ତାର ବାହାରେ । ସରକାରୀ କ୍ୱାର୍ଟର ପରିସରରେ ବବି ଯେଉଁ ବିଳାସମୟ ବଙ୍ଗଳା କରିଥିଲେ । ସେଥିରେ ରହିଛି ଅଣ୍ଡର ଗ୍ରାଉଣ୍ଡ, ସୁରା ସାଜି, ଆର୍ଟିଫିସିଆଲ ସ୍ନୋଫଲ ,ସ୍ୱିମିଙ୍ଗ ପୁଲ୍ ଏବଂ ଆହୁରି ଅନେକ ଯାହା କୌଣସି ନେତାଙ୍କ ପାଇଁ ତଥା ଜଣେ ଲୋକ ପ୍ରତିନିଧିଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ ।

ସରକାରୀ ବାସଭବନରେ କିଛି ନିର୍ମାଣ କାର୍ଯ୍ୟ ପାଇଁ ବିଭାଗର ଅନୁମତି ନବାକୁ ହୁଏ କିନ୍ତୁ କ୍ୱାର୍ଟର ଭିତରେ ରଙ୍ଗଶାଳା ହୋଇଚି, ଟ୍ରି ହାଉସ ହୋଇଚି ଏସାବୁ ପାଇଁ ବିଭାଗ ଅନୁମତି ଦେଇଥିଲା କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ।