କରୋନାରୁ କେତେ ଦିନ ଯାଏଁ ସୁରକ୍ଷା ଦେବ ଭ୍ୟାକସିନ ? ଫାଇଜର ଓ ମଡର୍ଣ୍ଣାକୁ ନେଇ ହୋଇଥିବା ଷ୍ଟଡିରୁ ଜଣାପଡିଲା, ୬ ମାସ ଯାଏଁ ପ୍ରଭାବୀ ରହୁଛି ଟୀକା

412

କନକ ବ୍ୟୁରୋ: କରୋନାର ପ୍ରଥମ ଲହର ଯାଇ, ଦ୍ୱିତୀୟ ଲହର ଚାଲିଛି । କୁହାଯାଉଛି ତୃତୀୟ ଲହର ବି ଆସିବ । ଏତିକି ବେଳେ ଭୁତାଣୁ ସହ ଲଢ଼ିବା ପାଇଁ ଏକମାତ୍ର ବାଟ ହେଉଛି ଭ୍ୟାକ୍ସିନ୍ । ହେଲେ ପ୍ରଶ୍ନ ହେଉଛି ଏହି ଭ୍ୟାକ୍ସିନ୍ କେତେ ଦିନ ଆମକୁ ସୁରକ୍ଷା ଦେବ । ଟିକା ନେବା ପରେ କେତେ ଦିନ ଯାଏଁ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ରହିବ? ଏହାକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ହେଲେ, ଏହାର ନିଦ୍ଦିଷ୍ଟ ଉତର କାହା ପାଖରେ ନାହିଁ ।

କରୋନା ସଂକ୍ରମଣ କେବେ କମିବ, ଏହା ଏମିତି ଏକ ପ୍ରଶ୍ନ ଯାହାର ଉତର ଏକ ଅନିଶ୍ଚିତା ଭିତରେ ରହିଛି, ଠିକ୍ ସେମିତି ଟିକା ନେବା ପରେ କେତେ ଦିନ ଜଣେ ସୁରକ୍ଷିତ, ତାର ଏକ ନିର୍ଦ୍ଧିଷ୍ଟ ଉତର କାହା ପାଖରେ ନାହିଁ । ୮୫%ରୁ ୯୫% ପ୍ରତିଶତ ଯାଏଁ ବିଭିନ୍ନ ଟିକାର ସଫଳତା ହାର ରହିଛି, ଏଭଳି ସ୍ଥିତିରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଟିକା କେତେ ଦିନ ସୁରକ୍ଷା ଦେଇପାରିବ, ସେ ନେଇ ସଠିକ୍ ଆକଳନ କାହା ପାଖରେ ନାହିଁ । କାରଣ, ଏଦିଗରେ ଗବେଷଣା, ସେହି ପରିମାଣରେ ହୋଇନାହିଁ, ଯେଉଁ ପରିମାଣରେ ଟିକା ନିର୍ମାଣ ପାଇଁ ହୋଇଥିଲା । ୱାସିଂଟନ୍ ବିଶ୍ୱବିଦ୍ୟାଳୟର ଜଣେ ଗବେଷକଙ୍କ ମତ ଅନୁସାରେ ।

ଟିକାକୁ ନେଇ ହୋଇଥିବା ଗବେଷଣା ଉପରେ ଆମ ପାଖରେ ତଥ୍ୟ ଅଛି । କିନ୍ତୁ ଟିକା ନେଇଥିବା ଲୋକଙ୍କ ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି । ଆମକୁ ଦେଖିବାକୁ ପଡ଼ିବ ଟିକା କେଉଁ ସ୍ତର ଯାଏଁ ଭୂତାଣୁ ରୋକୁଛି ଏବଂ କେତେ ଦିନ ଯାଏଁ ଟିକା ସୁରକ୍ଷା ଦେଉଛି ।

ଫାଇଜର ଟିକାର କାର୍ଯ୍ୟକାରୀତାକୁ ନେଇ ଚାଲିଥିବା ପରୀକ୍ଷଣରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ଏଥିରୁ ଜଣାପଡ଼ିଛି ଯେ, ଫାଇଜରର ଦୁଇଟି ଡୋଜ୍ ନେବା ପରେ ୬ ମାସ କିମ୍ବା ତା’ରୁ ସମାନ୍ୟ ଅଧିକ ସମୟ ଯାଏଁ ପ୍ରଭାବଶାଳୀ ହୋଇଥାଏ । ସେହିପରି ମଡନା ଟିକା ନେବାର ୬ ମାସ ପରେ ସବୁବର୍ଗର ଲୋକଙ୍କ ରୋକ ପ୍ରତିରୋଧକ ଶକ୍ତି ଶୀର୍ଷସ୍ତର ଯାଏଁ ପହଂଚୁଛି ।

ବ୍ୟକ୍ତି-ବ୍ୟକ୍ତି ଭିତରେ ରୋକ ପ୍ରତିରୋଧକ ଶକ୍ତିରେ ତାରତମ୍ୟ
ବିଭିନ୍ନ ଟିକାର ସଫତଳା ହାର ମଧ୍ୟରେ ଥିବା ଭିନ୍ନତା
ନୂଆ ନୂଆ ଷ୍ଟ୍ରେନ୍ ଭିତରେ ଭୂତାଣୁ ସହ ଲଢ଼ିବାର ଆହ୍ୱାନ

ଏହି ସବୁ ଚ୍ୟାଲେଂଜ୍ ଭିତରେ ଟିକା ନେବା ପରେ କେତେ ଦିନ ଯାଏଁ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ରହିବ, ତାର ନିଦ୍ଧିଷ୍ଟ ଉତର ବର୍ତମାନ ଯାଏଁ କାହା ପାଖରେ ନାହିଁ ।