କେମିତି ପରୀକ୍ଷା କରାଯାଇଥିଲା ମଡେର୍ଣ୍ଣା ଟିକା? ନ୍ୟୁୟର୍କ ଟାଇମ୍ସରେ ଆସିଲା ବିସ୍ତୃତ ରିପୋର୍ଟ

ବୈଜ୍ଞାନିକମାନେ ବିକ୍ଷିପ୍ତ ଭାବେ ସ୍ୱେଚ୍ଛାସେବୀଙ୍କୁ ଦେଇଥିଲେ କରୋନା ଟିକା । କ୍ଲିନିକାଲ ଟ୍ରାଏଲରେ ଭାଗ ନେଇଥିଲେ ୩୦ ହଜାର ସ୍ୱେଚ୍ଛାସେବୀ

59

କନକ ବ୍ୟୁରୋ: କେତେଦିନ ଧରି କରୋନା ଟିକାର ପ୍ରଭାବ ଶରୀର ଉପରେ ରହିବ? ଯଦି ଟିକା ସଫଳ ହେଉଛି ତେବେ ସୃଷ୍ଟି ହେଉଥିବା ଆଂଟିବଡି କେତେ ସ୍ଥାୟୀ ତାହା ଜଣାପଡି ନାହିଁ । କିନ୍ତୁ ମଡର୍ଣ୍ଣା ତରଫରୁ ହୋଇଥିବା ଦାବି ନୂଆ ଆଶା ସଂଚାର କରୁଛି । ପୂର୍ବରୁ ଫାଇଜର ବି ନିଜ ଟିକା ୯୦ ପ୍ରତିାତ କାମ କରୁଥିବା ଦାବି କରିଥିଲା । ଉଭୟ ଫାଇଜର ଓ ମଡର୍ଣ୍ଣା ୨୭ ଜୁଲାଇରୁ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ଫାଇଜର, ଟିକାର ସଫଳତା ନେଇ ଦାବି କରିଥିଲେ ବି ମଡର୍ଣ୍ଣା ଭଳି ବିସ୍ତୃତ ତଥ୍ୟ ଦେଇ ନାହିଁ । ସେପଟେ କେତେ ଜଣଙ୍କୁ ଫାଇଜର ଟିକା ଦିଆଯାଇଥିଲା,ସେମାନଙ୍କ ଭିତରୁ କେତେ ଜଣ ଅସୁସ୍ଥ ହୋଇଥିଲେ? କେତେ ଜଣ ଅସଲି ଟିକା ଓ କେତେ ଜଣ ନକଲି ଟିକା ନେଇଥିଲେ ତାହା ବି ଫାଇଜର ସ୍ପଷ୍ଟ କରି ନାହିଁ । କିନ୍ତୁ ରିପୋର୍ଟକୁ ଆଧାର କଲେ ଉଭୟ ଫାଇଜର ଓ ମଡର୍ଣ୍ଣା ଟିକା ଦ୍ରୁତ ଗତିରେ ସଫଳତା ଆଡକୁ ଆଗଉଥିବା ପରି ମନେ ହେଉଛି ।