ମହାନଦୀ ମହାବିପତ୍ତି ! ସେଦିନ ରାତିରେ ହୋଇଥିଲା କଣ, କିଭଳି ବୁଡିଥିଲା ଡଙ୍ଗା । କନକ ନ୍ୟୁଜ ସାମ୍ନାରେ ପୂରା କାହାଣୀ କହିଲେ ଦୁଇ ଭଉଣୀ 

636

କନକ ବ୍ୟୁରୋ : ମହାନଦୀରେ ଡଙ୍ଗା ବୁଡି ଘଟଣା ନୂଆ ବର୍ଷ ଆରମ୍ଭରେ ସାରା ରାଜ୍ୟକୁ ସ୍ତବ୍ଧ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୪୦ ଘଂଟା ପରେ ନିଖୋଜ ଶିଶୁର ମୃତଦେହକୁ ଉଦ୍ଧାର କରିଛି ରେସକ୍ୟୁ ଟିମ୍ । ସେପଟେ ମୃତକଙ୍କ ଏକକାଳୀନ ଚିତା ଜଳିବା ପରିବେଶକୁ ଶୋକାକୁଳ କରିଛି  ।

ଗୋଟିଏ ପଟେ ଯେତେବେଳେ ଡଙ୍ଗାବୁଡ଼ି ଘଟଣାରେ ପୂର୍ଣ୍ଣିମା ଓ ସବିତାଙ୍କ ସାହସିକ କାମକୁ ସଲାମ୍ କରୁଛି ଓଡ଼ିଶା ଠିକ ସେତେବେଳେ ପରିଜନଙ୍କ ବିୟୋଗରେ କାନ୍ଦୁଛି ଜଗତସିଂହପୁରର ହସିଣା ଗାଁ  । ସମସ୍ତଙ୍କ ଆଖିରେ ଲୁହ ଦେଇ ଜଳିଛି ଗୋଟିକ ପରେ ଆଉ ଗୋଟିଏ ଜୁଇ  । ପିକନିକ୍ ଯାତ୍ରା ଯେ ଶେଷଯାତ୍ରା ହେବ ହୁକିଟୋଲାରେ, ବିଶ୍ୱାସ କରିପାରୁନାହାନ୍ତି ଗ୍ରାମବାସୀ  । ଆଉ ଏପଟେ ଘଟଣାସ୍ଥଳ ନିକଟସ୍ଥ ନିପାଣିଆରୁ ନିଖୋଜ୍ ଥିବା ୬ ବର୍ଷ ଶିଶୁର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଓ ଏନଡିଆରଏଫର ରେସକ୍ୟୁ ଟିମ୍  । ଏଥିସହ ମୃତ୍ୟସଂଖ୍ୟା ୧୦ରେ ପହଁଚିଛି  ।

ଜାନୁଆରୀ ୨ ତାରିଖ, ସନ୍ଧ୍ୟା ସମୟ । କେନ୍ଦ୍ରାପଡ଼ାର ନିପାଣିଆ ଗାଁ । ନୂଆବର୍ଷର ପିକନିକ୍ ସାରି ଯେତେବେଳେ ହୁକିଟୋଲାରୁ ବାହାରୁଥିଲେ ଜଗତସିଂହପୁର ହସିଣା ଗାଁର ୫୫ ଜଣ ବ୍ୟକ୍ତି, ସମସ୍ତଙ୍କ ମୁହଁରେ ଥିଲା ହସ ଆଉ ଉତ୍ସାହ  । କିନ୍ତୁ ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ବଦଳିଯାଇଥିଲା ଦୃଶ୍ୟପଟ୍ଟ  । ନିପାଣିଆ ନିକଟରେ ଡଙ୍ଗାଟି ମହାନଦୀର ଅକାତକାତ ପାଣିରେ ବୁଡ଼ିଯାଇଥିଲା ଓ ଆଖି ସାମ୍ନାରେ ନଦୀ ଗର୍ଭରେ ଲିଭିଯାଇଥିଲା ୧୦ ଜୀବନ  । ନିଜ ଜୀବନକୁ ପାଣି ଛଡାଇ ନଦୀ ଭିତରକୁ ଡେଇଁ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ଦୁଇ ଭଉଣୀ ସବିତା ଓ ପୂର୍ଣ୍ଣିମା  । ଡଙ୍ଗାବୁଡ଼ି ପାଇଁ ଦାୟୀ କିଏ ଆରମ୍ଭ ହୋଇଥିଲା ତନାଘନା, ସେପଟେ ଚାଲିଥିଲା ରେସକ୍ୟୁ ଅପରେସନ୍ ଆଉ ଆଜି ମିଳିଛି ଡଙ୍ଗାବୁଡ଼ି ଦୁର୍ଘଟଣାର ଶେଷ ମୃତଦେହ  । ଆଉ ସେଦିନର କାଳ ରାତିରେ କଣ ହୋଇଥିଲା ତାହାର ପୂରା କାହାଣୀ ବଖାଣିଛନ୍ତି ପୂର୍ଣ୍ଣିମା ଓ ସବିତା ।

ଦେଖନ୍ତୁ ଭିଡିଓ :