ଟ୍ରୋଲର୍ସଙ୍କ ‘ଆଣ୍ଟି’ ଡାକରେ ପ୍ରତିକ୍ରିୟା ରଖିଲେ ବଲିଉଡର ବେବୋ ! ମୁହଁ ବନ୍ଦ କଲା ଭଳି ଦେଲେ ଜବାବ୍ ।

375

ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ପ୍ରାୟ ସମୟ ଶାନ୍ତ ରହିଥାନ୍ତି । କିନ୍ତୁ କଥା ତାଙ୍କ ପରିବାର ଉପରକୁ ଆସିଲେ ସେ ଚୁପ୍ ରହନ୍ତି ନାହିଁ । ଏକ ସୋ’ରେ ତାଙ୍କ ସହ କିଛି ସେଭଳି ଘଟିଥିଲା । ଜଣେ ତାଙ୍କୁ ଆଣ୍ଟି କହୁଥିବା ଜାଣିବା ପରେ ସେ ହସି ହସି ଯୁବକଙ୍କ ମୁହଁ ବନ୍ଦ କଲା ଭଳି କଥା କହିଥିଲେ । ସୂଚନା ମୁତାବକ, ସୋସିଆଲ ମିଡିଆରେ କରୀନା କପୁର ଅଭିନେତା ଅରବାଜ ଖାନଙ୍କୁ ଏକ ସାକ୍ଷାତକାର ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ କରୀନା ଅରବାଜ ଖାନ୍ ନୂଆ େଓ୍ଵବ୍ ସୋ’ ପିଞ୍ଚ୍ରେ ଯାଇ ପହଞ୍ଚିଥିଲେ । ଯେଉଁଠି ଅରବାଜ କରୀନାଙ୍କୁ ଲୋକମାନଙ୍କ କମେଣ୍ଟ ସବୁ ଦେଖାଇଥିଲେ ।

ଏ ସବୁ ମଧ୍ୟରେ ଜଣେ ଯୁବକ କରୀନାଙ୍କୁ, ତୁମେ ଏବେ ଆଣ୍ଟି ହୋଇଗଲଣି । ଏବେ ଆଉ ନିଜକୁ ଛୁଆ ବୋଲି ଭାବ ନାହଁ କି ସେଭଳି ପୋଷାକ ପିନ୍ଧ ନାହିଁ ବୋଲି କହିଥିଲେ । ଏହାକୁ ପଢ଼ି କରୀନା ପ୍ରଥମେ ହସିଥିବା ବେଳେ ପରେ ମୁହଁ ବନ୍ଦ କଲା ଭଳି ଜବାବ ଦେଇଥିଲେ । ସେ କହିଥିଲେ, ଲୋକମାନେ ଭାବନ୍ତି ସେଲିବ୍ରିଟିମାନଙ୍କର କୌଣସି ଭାବନା ନ ଥାଏ । ସେମାନଙ୍କୁ କୌଣସି କଥା ଖରାପ ଲାଗିନଥାଏ । ଏ ସବୁ କଥା ସେଲିବ୍ରିଟିମାନଙ୍କ ଉପରେ କ’ଣ ପ୍ରଭାବ ପକାଇଥାଏ, ତାହା ସେମାନେ ଭାବନ୍ତି ନାହିଁ । ଆମକୁ ସବୁ କିଛି ହସି ହସି ନେବାକୁ ପଡ଼ିଥାଏ ବୋଲି କହିଥିଲେ କରୀନା ।