ଅନ୍ୟ କମ୍ପାନୀ ତୁଳନାରେ କାହିଁକି ଜିଓ ଗ୍ରାହକଙ୍କୁ ମାଗଣାରେ ଦେଇଥାଏ ଡାଟା ? ଜାଣିଛନ୍ତି କି ?

48

୨୦୧୬ ମସିହା ସେପ୍ଟେମ୍ବର ମାସରେ ନିଜ ସର୍ଭିସ ଆରମ୍ଭ କରିଥିବା ଜିଓ କମ୍ପାନୀ ଆଜିର ସମୟରେ ସମସ୍ତଙ୍କ ଖୁବ୍ ନିକଟବର୍ତ୍ତୀ ହୋଇପାରିଛି । ଏହାପରେ ଅନ୍ୟ ଟେଲିକମ୍ କମ୍ପାନୀ ଡାଟା ଏବଂ କଲିଙ୍ଗ୍ ର ଏହି ପ୍ରତିଯୋଗୀତାରେ ପଛକୁ ଯିବାକୁ ପଡିଛି । ଯେଉଁଥିରେ ରିଲାଏନ୍ସ କମ୍ୟୁନିକେସନ୍ ଠାରୁ ଆରମ୍ଭ କରି ଟାଟା ଡୋକୋମୋ ମଧ୍ୟ ସାମିଲ ହୋଇଯାଇଛି । ରିଲାଏନ୍ସ ଏବଂ ଏୟାରସେଲ୍ ନିଜ ସେବାକୁ ସଂପୂର୍ଣ୍ଣ ରୁପେ ଅଫଲାଇନ୍ କରିଦେଇଛି । ଟାଟା ଡୋକୋମୋ ଏବଂ ଟେଲିନରକୁ ଏୟାରଟେଲ୍ ଓଭରଟେକ୍ କରି ଆଗକୁ ଚାଲିଯାଇଛି । ଏବଂ ଦୁଇଟି ବଡ କମ୍ପାନୀ ଭୋଡାଫୋନ୍ ଏବଂ ଆଇଡିଆ ମଧ୍ୟ ସମାନ୍ତର ଭାବେ ଆଗକୁ ବଢୁଛି । ଆମେ ଆଜି ଆପଣଙ୍କୁ ୨ ବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଖରେ ଏତେ ପ୍ରିୟ କିଭଳି ହେଲା ସେ ବିଷୟରେ କହିବାକୁ ଯାଉଛୁ । କେଉଁ କାରଣରୁ ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ଶସ୍ତାରେ ଡାଟା ଏବଂ କଲିଙ୍ଗ୍ ର ସୁବିଧା ଯୋଗାଇ ଦେଉଛି ।

ଏଭଳି ଉପାୟରେ ଆପଣଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ôଚଥାଏ :

ତେବେ ଜିଓରେ ଇଣ୍ଟରନେଟ୍ ସେବା ସମ୍ପୁର୍ଣ୍ଣ ଭାବେ ମାଗଣା ଅଟେ । ଯଦି ଆପଣ ଦୁଇଟି କମ୍ପ୍ୟୁଟରକୁ ଖଇଘ ସେବା ଦ୍ୱାରା ଯୋଡିଦେବେ ତେବେ ଦୁଇ କମ୍ପ୍ୟୁଟର ଭିତରେ କନେକ୍ସନ୍ ହୋଇଯାଇଥାଏ ଯାହାଦ୍ୱାରା ଦୁଇ କମ୍ପ୍ୟୁଟର ନିଜ ନିଜ ଭିତରେ କନେକ୍ଟ ହୋଇଯାନ୍ତି । ଏଥିରେ କେବଳ ଖଇଘ କେବଲର ହିଁ ଖର୍ଚ୍ଚ ଆସିଥାଏ । ଏହି ପ୍ରକ୍ରିୟାରେ ଦୁନିଆର କୋଣ ଅନୁକୋଣରେ ଅପ୍ଲିକାଲ୍ ଫାଇବର କେବଲ୍ ବିଛେଇ ହୋଇ ରହିଛି । ଏହି ଅପ୍ଲିକାଲ୍ ଫାଇବର ସମୁଦ୍ର ରାସ୍ତାରୁ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ପହଞ୍ଚାଇ ଯାଇଥାଏ । ଏହି ଅପ୍ଲିକାଲ୍ କେବଲରେ ଆପଣଙ୍କ ଚୁଟି ଠାରୁ ବି ସରୁ ଏଭଳି ହଜାର କେବଲ୍ ମହଜୁତ ଅଛି । ଗୋଟିଲ ଅପ୍ଲିକାଲ୍ କେବୁଲ୍ ୧୦୦ ଜିବି ପ୍ରତି ସେକେଣ୍ଡ ହିସାବରେ ଡାଟାର ଫ୍ଲୋ ହୋଇଥାଏ ।

ସମୁଦ୍ର ରାସ୍ତାରୁ ଅପ୍ଲିକାଲ୍ କେବୁଲ୍ ବିଛାଇବା ଏବଂ ଏହାକୁ ମେଣ୍ଟେନ୍ କରିବା କମ୍ପାନୀକୁ ଟିୟର୍ ୧ କମ୍ପାନୀ କୁହାଯାଏ । ଟିୟର୍ ୧ କମ୍ପାନୀରୁ ଟିୟର୍ ୨ କମ୍ପାନୀ ଚାର୍ଜ କରିଥାଏ । ଟିୟର୍ ୨ କମ୍ପାନୀ ଭାରତରେ ନିଜ କେବଲ ଜରିଆରେ ଇଣ୍ଟରନେଟ୍ କୁ ୟୁଜର୍ସଙ୍କ ପାଖରେ ପହଞ୍ଚାଉଥିବା କମ୍ପାନୀ ଅଟେ । ଏହା ବଦଳରେ ଏହି କମ୍ପାନୀ ୟୁଜର୍ସଙ୍କ ଠାରୁ ଚାର୍ଜ କରିଥାଏ । ଏହି ପ୍ରକ୍ରିୟାରେ ଆମେ ଦୁନିଆ ସହ ଜଡିତ ହୋଇଯାଉ । ଭାରତରେ ଟାଟା କମ୍ୟୁନିକେସନ୍ ହେଉଛି ଟିୟର ୧ କମ୍ପାନୀ ,ଯାହା ବିଶ୍ୱରେ ନିଜ ଅପ୍ଟିକାଲ୍ କେବଲ୍ ବିଛାଇଛି । ସବୁ ଟେଲିକମ୍ କମ୍ପାନୀ ଟାଟା କମ୍ୟୁନିକେସନ୍ ବ୍ୟବହାର କରୁଥିବା ଡାଟାକୁ ବ୍ୟବହାର କରିଥାନ୍ତି ।

ଜିଓ ମଧ୍ୟ ଅପ୍ଟିକାଲ୍ କେବଲ୍ ବିଛାଇଛି :

ଆପଣ ଏବେ ବି ଭାବୁଥିବେ ଜିଓ କାହିଁକି ଏତେ ଶସ୍ତା ଇଣ୍ଟରନେଟ୍ ଦେଉଛି, ଯେବେକି ଅପ୍ଟିକାଲ୍ କେବଲ୍ ଟାଟ କମ୍ୟୁନିକେସନ୍ ବିଛାଇଛି । ଜିଓ ଲଞ୍ଚ୍ ହେବା ୫ ବର୍ଷ ପୂର୍ବରୁ ପ୍ରତିଟି ସହର ଏବଂ ପ୍ରତି ଗାଁ “ଅପ୍ଟିକାଲ୍ ଫାଇବର୍ କେବଲ୍” ବିଛାଇବା କାମ କରିଥିଲା । ଯେଉଁଥିରେ ‘୪୦ ଟିଭି’ ର ବେଣ୍ଡୱିଥ୍ ର ଡାଟା ଫ୍ଲୋ କରିଥାଏ । କେବଳ ଏତିକି ନୁହେଁ ଜିଓ ଏସିଆ,ଆଫ୍ରିକା ଏବଂ ୟୁରୋପ ସମୁଦ୍ର ତଳେ କେବଲ୍ ବିଛାଯାଇଛି । ଯେଉଁ କାରଣରୁ ଏହାକୁ ‘ଟିୟର ୧’ କମ୍ପାନୀରେ ଭୁଗତାନ୍ କରିବାକୁ ପଡିନଥାଏ । ଜିଓ ପାଖରେ ନିଜର ଇନଫ୍ରାଷ୍ଟ୍ରକଚର ଥିବା କାରଣରୁ ଜିଓ ଡାଟାକୁ ଗ୍ରାହକଙ୍କ ଶସ୍ତା ଡାଟା ଦେଇଥାଏ ।