ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ ? ସ୍ଥିତି ଦେଖିବାକୁ ଭାରତରେ ବିଶ୍ୱର ୬୪ଟି ଦେଶର ରାଷ୍ଟ୍ରଦୂତ

ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ବୁଲି ଦେଖିବେ ରାଷ୍ଟ୍ରଦୂତ

225

କନକ ବ୍ୟୁରୋ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚିଛନ୍ତି । ଏହି ଟିମ୍ ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ ଆଣ୍ଡ୍ ବାୟୋଲଜିକାଲ୍ ଇ ବୁଲି ଦେଖିବେ । ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଭାରତ ବାୟୋଟେକ୍ । ବର୍ତମାନ ଭାରତରେ ପ୍ରାୟ ୬ଟି କରୋନା ଟିକାର ପ୍ରସ୍ତୁତି କାମ ଚାଲିଛି ।

ଭାରତ ବାୟୋଟେକ୍ କୋଭାକ୍ସିନ୍ ନାମକ କରୋନା ଟିକା ମଧ୍ୟ ପ୍ରସ୍ତୁତି କରୁଛି । ଏହାର ଏବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ଏହି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଜିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍ । ଏପରି ସ୍ଥିତିରେ ୬୪ ଦେଶର ରାଷ୍ଟ୍ରଦୂତ ହାଇଦ୍ରାବାଦ ସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀରେ ଟିକା ପ୍ରସ୍ତୁତିର ସାକ୍ଷୀ ବନିବେ । ବର୍ତମାନ ଭାରତ ବିଶ୍ୱରେ ଫାର୍ମା ଟିକା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଦେଶ ମଧ୍ୟରେ ଆଗୁଆ ରହିଛି । କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଏକ ବଡ ଭୂମିକା ନିଭାଇବ ବୋଲି କୁହାଯାଉଛି ।