ଉଠୁଛି ପଡୁଛି ବରଗଡ...ଧନୁଯାତ୍ରାର ଆକର୍ଷଣ ସାଜିଛି ମଥୁରା ନରେଶଙ୍କ ରାଜଦରବାର...ବିରାଟ ମଞ୍ଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି କଂସ ମହାରାଜା

Advertisment
ଉଠୁଛି ପଡୁଛି ବରଗଡ...ଧନୁଯାତ୍ରାର ଆକର୍ଷଣ ସାଜିଛି ମଥୁରା ନରେଶଙ୍କ ରାଜଦରବାର...ବିରାଟ ମଞ୍ଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି କଂସ ମହାରାଜା

କନକ ବ୍ୟୁରୋ: ବରଗଡରେ ଜମୁଛି ଧନୁଯାତ୍ରା । ଧନୁଯାତ୍ରାର ବିଶେଷ ଆକର୍ଷଣ ସାଜିଛି କଂସଙ୍କ ରାଜଦରବାର । ବିରାଟ ମଂଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି ମହାରାଜ କଂସ । ୭୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ରାଜଦରବାରକୁ ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗର ୧୧ ଜଣ କାରିଗର । ସେହିପରି ଶିବ ଲିଙ୍ଗ ଓ ଶିବ ଧନୁ, ରାଜା ଅତିଥୀଶାଳା ଓ କଳକାରଙ୍କ ସାଜସଜା ପାଇଁ ଥିବା ଗ୍ରୀନ ରୁମ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଉ ସବୁଠୁ ବଡ କଥା ହେଉଛି, ରାଜଦରବାରରେ ନିର୍ମାଣ ଶୈଳୀ ଜରିଆରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବାକୁ ସେଚତନତା ବାର୍ତ୍ତା ଦିଆଯାଇଛି ।

publive-image

ଅନ୍ୟପଟେ, ଗୋପପୁରରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଜମି ଆସୁଥିବା ବେଳେ ଆଜି ଅଭିନିତ ହେବ ବସ୍ତ୍ରହରଣ ଦୃଶ୍ୟ । ଗୋପୀମାନଙ୍କ ବସ୍ତ୍ର ହରଣ କରିବେ ମହାପ୍ରଭୁ । ସେହିପରି ଗୋପୀଙ୍କ ଦଧିବିକା, ମହାପ୍ରଭୁଙ୍କ ଅଳି-ଅଝଟ ଭଳି ଅନେକ ମନୋରମ ଦୃଶ୍ୟ ଅଭିନୀତ ହେବ । ଏପଟେ ମଥୁରାନଗରୀରେ ଆସନ୍ନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବେ ମହାରାଜ କଂସ । ଜଣେ ପରେ ଜଣେ ରାକ୍ଷାସାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ମହାରାଜ ଏଣିକି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବେ । ଆଜି ମନ୍ତ୍ରୀପରିଷଦଙ୍କୁ ଡାକି ଏନେଇ ଆଲୋଚନା କରିବେ ମଥୁରାନରେଶ । ଆଉ ଏହାରି ଭିତରେ ଧନୁଯାତ୍ରାର ପଂଚମ ଦିନରେ କାଳୀୟ ନାଗକୁ ଦଳନ କରିଛନ୍ତି ଭଗବାନ କୃଷ୍ଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe