କେମିତି ଅଛି କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା? ଏବେବି ଭେଂଟିଲେଟର ସପୋର୍ଟରେ ଚାଲିଛି ଚିକିତ୍ସା ,ଗୁଜବ ସୃଷ୍ଟି ନକରିବାକୁ ପରିବାର ଲୋକଙ୍କ ନିବେଦନ

82

କନକ ବ୍ୟୁରୋ: କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍ସର ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଗୁରୁତର ରହିଛି । ତାଙ୍କ ମସ୍ତିଷ୍କ କାମ କରୁନାହିଁ । ଅଳ୍ପ କିଛି ମେଡିସିନ ଦିଆଯିବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । ଚିକିତ୍ସା ପରେ ମଧ୍ୟ ରାଜୁଙ୍କ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପକାଉ ନଥିବା ଜଣାପଡ଼ିଛି ।

ହସ୍ପିଟାଲରେ ଭର୍ତି ହେବା ପରଠାରୁ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ବିଭିନ୍ନ ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ତାଙ୍କ ପରିବାର ସମସ୍ତ ଖବରକୁ ଗୁଜବ ବୋଲି କହିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ତାଙ୍କ ପରିବାର ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛି । ଡାକ୍ତରୀ ଟିମ୍ ତାଙ୍କ ଦାୟିତ୍ୱକୁ ସୁଚାରୁରୂପେ ତୁଲାଉଛନ୍ତି । ରାଜୁଙ୍କୁ ସୁସ୍ଥ ହେବା ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ପରିବାର ଲୋକେ ନିବେଦନ କରିଛନ୍ତି । ହୃଦଘାତ ପରେ ତାଙ୍କର ମସ୍ତିସ୍କ ଆଘାତ ହୋଇଥିବା କହିଛନ୍ତି ଡାକ୍ତର । ବୁଧବାର ଜିମରେ ୱର୍କଆଉଟ୍ ବେଳେ ରାଜୁ ହୃଦଘାତର ଶିକାର ହୋଇଥିଲେ । ହସ୍ପିଟାଲରେ ତାଙ୍କର ଆଞ୍ଜିଓଗ୍ରାଫି କରାଯାଇଥିଲା । କିନ୍ତୁ ଏବେବି ସେ ଭେଂଟିଲେଟରରେ ଅଛନ୍ତି ।