କନକ ବ୍ୟୁରୋ : ଜଙ୍ଗଲ ସ୍ଥିତିକୁ ନେଇ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ । ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଥିବା ରିପୋର୍ଟରେ ଉଲ୍ଲେଖ । ଶିମିଳିପାଳରେ ୯ଟି ଫାୟାର ଆଲର୍ଟ ସମେତ ମୋଟ ୭୦୦ଟି ଫାୟାର ଆଲର୍ଟ ପଞ୍ଜିକରଣ କରାଯାଇଛି । ଶିମିଳିପାଳର କିଛି ଅଂଶରେ ବର୍ଷା ହୋଇଥିବାରୁ ନିଆଁ ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଇଛି ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି ନିଆଁ ବିସ୍ତାର ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବନକର୍ମଚାରୀଙ୍କୁ କୁହାଯାଇଛି । ରାତିରେ ପାଟ୍ରୋଲିଂ କରିବା ସହ ଅଗ୍ନି ସତର୍କତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ସରକାର ବାତିଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/1615315750_10forest1_new.jpg)