କେମିତି ତିଆରି ହୁଏ କରୋନା ଟିକା? ସିମ୍ପାଂଜିକୁ ଥଣ୍ଡା, କାଶ ହେବା ପରେ କ୍ରମଶଃ ଦୁର୍ବଳ ହୁଏ ଭୂତାଣୁ । ସେହି ଭୂତାଣୁରୁ ତିଆରି ହୁଏ ଅକ୍ସଫୋର୍ଡ ଟିକା ।

232

କନକ ବ୍ୟୁରୋ : କେମିତି ତିଆରି ହୁଏ ଅକ୍ସଫୋର୍ଡ ଭ୍ୟାକସିନ ଏବଂ ଏହା କେମିତି କାମ କରେ ।  ଏକ ସିମ୍ପାଜୀକୁ ଥଣ୍ଡା ଜ୍ୱର ହେବା ପରେ ସେହି ଭୂତାଣୁ କ୍ରମଶଃ ଦୁର୍ବଳ ହୋଇଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁର୍ବଳ ଭୂତାଣୁରୁ ତିଆରି ହୁଏ କରୋନା ଟିକା ।

ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଏହି ଟିକା ସିମ୍ପାଞ୍ଜିର ଶରୀରରେ ଥିବା ଏକ ଭୂତାଣୁରୁ ହିଁ ତିଆରି ହୁଏ । ସିମ୍ପାଞ୍ଜିର ଥଣ୍ଡା  ଜ୍ୱର ଭଲ ହେବା ପରେ, ସେହି ଭୂତାଣୁ କ୍ରମଶଃ ଦୁର୍ବଳ ହୋଇଯାଏ । ସିମ୍ପାଜିକୁ ସାଧାରଣ ଥଣ୍ଡା  ଜରରେ ପକାଉଥିବା ଭୂତାଣୁର ନାଁ ହେଉଛି ଆଡିନୋ-ଭାଇରସ । କରୋନା ଭାଇରସର ଗଠନ ଯେଉଁଭଳି, ଆଡିନୋ-ଭାଇରସ ଆକାରରେ ସେହିଭଳି ପରିବର୍ତନ ଅଣାଯାଏ । ଯାହା ମଣିଷ ଦେହକୁ ଅସୁସ୍ଥ କରେନାହିଁ ।

ମଣିଷ ଦେହରେ ଯେତେବେଳେ ଏହି ଅକ୍ସଫୋର୍ଡ ଟିକା ଦିଆଯାଏ, ଟିକା ଜରିଆରେ ଭୂତାଣୁ ପ୍ରବେଶ କରିବା ମାତ୍ରେ, ଶରୀରର ଇମ୍ୟୁନ୍ ସିଷ୍ଟମ୍ ବା ପ୍ରାକୃତିକ ପ୍ରତିଷେଧକ ବ୍ୟବସ୍ଥା ଆଂଟିବଡ଼ି ତିଆରି କରିବା ଆରମ୍ଭ କରିଥାଏ । ଯଦି ସେହି ବ୍ୟକ୍ତି ଶରୀରରେ କରୋନା ଭାଇରସ୍ ପ୍ରବେଶ କରେ, ତେବେ ସୃଷ୍ଟି ହୋଇଥିବା ଆଂଟିବଡି ତୁରନ୍ତ କରୋନା ଭାଇରସ୍କୁ ଆକ୍ରମଣ କରେ । ଏବଂ କରୋନା ଭୂତାଣୁର ପ୍ରଭାବକୁ ନଷ୍ଟ କରିଦିଏ । ଫଳରେ ଟିକା ନେଇଥିବା ବ୍ୟକ୍ତି କରୋନା ସଂକମଣରୁ ରକ୍ଷା ପାଇଥାଏ ।