କନକ ବ୍ୟୁରୋ : ଆଇପିଏଲ-୨୦୨୨ର ମେଗା ଅକ୍ସନ ପୂର୍ବରୁ ରିଟେନ୍ ଖେଳାଳୀ ତାଲିକା ଜାରି କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପୁରୁଣା ୮ଟି ଫ୍ରାଞ୍ଚାଇଜ ନିଜ ମନପସନ୍ଦର ଖେଳାଳୀଙ୍କୁ ରିଟେନ କରିଛନ୍ତି । ଆଉ ଏହି କ୍ରମରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଜଣ ଖେଳାଳୀଙ୍କୁ ରିଟେନ କରିଛି । ଋଷଭ ପନ୍ଥ, ଅକ୍ଷର ପଟେଲ, ପୃଥ୍ୱୀ ଶ’ ଏବଂ ଅନରିଚ୍ ନର୍ଟେଜଙ୍କୁ ରିଟେନ କରିଛି ଦିଲ୍ଲୀ ।
ଏହି ୪ଜଣ ଖେଳାଳୀଙ୍କୁ ରିଟେନ୍ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ । @DelhiCapitals@IPLpic.twitter.com/khp2HfmXfK
— Kanak News (@kanak_news) November 30, 2021
ତେବେ ପନ୍ଥଙ୍କୁ ଦିଲ୍ଲୀ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୧୬ କୋଟି ଟଙ୍କା ଦେଇ ଟିମରେ ରଖିଥିବା ବେଳେ ଅକ୍ଷରଙ୍କୁ ଦ୍ୱିତୀୟ ପସନ୍ଦର ଖେଳାଳୀ ଭାବେ ୯ କୋଟି ଦେଇ ଦଳ ରିଟେନ କରିଛି । ସେହିପରି ପୃଥ୍ୱୀ ଶ’ଙ୍କୁ ୭.୫୦ କୋଟି ଟଙ୍କା ଦେଇ ରଖିଥିବା ବେଳେ ନର୍ଟେଜଙ୍କୁ ୬.୫୦ କୋଟି ଟଙ୍କାରେ ରିଟେନ୍ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଏହିଭଳି ଭାବେ ଦଳ ୪ ଖେଳାଳୀଙ୍କୁ ରିଟେନ କରିବାକୁ ମୋଟ୍ ୩୯ କୋଟି ଟଙ୍କା ଖର୍ଚ୍ଚ କରିଛି ।