FILE - Salman Rushdie attends the 68th National Book Awards Ceremony and Benefit Dinner on Nov. 15, 2017, in New York. An Iranian government official denied on Monday, Aug. 15, 2022, that Tehran was involved in the assault on author Rushdie, in remarks that were the country's first public comments on the attack. (Photo by Evan Agostini/Invision/AP, File)
କନକ ବ୍ୟରୋ: କେମିତି ଅଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଅନ୍ତର୍ଜାତୀୟ ଲେଖକ ସଲମାନ ରୁଶଦୀ? ରୁଶଦୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ଼ ଖବର । ନିକଟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ରୁଶଦୀଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଏମିତିକି ତାଙ୍କର ଗୋଟିଏ ହାତ ମଧ୍ୟ ଅଚଳ ହୋଇପଡ଼ିଛି । ଅର୍ଥାତ୍ ସେ ଏବେ ଗୋଟିଏ ହାତରେ କାମ କରିପାରିବେ । ତାଙ୍କର ଏଜେଣ୍ଟ ଏହି ସୂଚନା ଦେଇଛନ୍ତି । ରୁଶଦୀଙ୍କ ସାହିତ୍ୟ ଏଜେଣ୍ଟ ଆଣ୍ଡ୍ର୍ୟୁ ୱେଲୀ କହିଛନ୍ତି ଯେ ୭୫ ବର୍ଷୀୟ ରୁଶଦୀଙ୍କ ଆଘାତ ଅତି ଗୁରୁତର ଥିଲା । ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାଙ୍କ ବେକରେ ତିନୋଟି ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କର ଗୋଟିଏ ହାତ ସବୁଦିନ ପାଇଁ ଅଚଳ ହୋଇପଡ଼ିଥିବା ବେଳେ ଶିରାପ୍ରସିରା ମଧ୍ୟ କଟିଯାଇଛି ।
ରୁଶଦୀଙ୍କ ଛାତି ଓ ଶରୀରର ଅନ୍ୟ ଅଂଶରେ ୧୫ଟି କ୍ଷତ ରହିଛି । ତେବେ ବର୍ତମାନ ରୁଶଦୀ ହସ୍ପିଟାଲରେ ଅଛନ୍ତି ନା ଘରକୁ ଫେରିଆସିଛନ୍ତି, ସେ ନେଇ ସୂଚନା ଦେଇନାହାନ୍ତି ଆଣ୍ଡ୍ର୍ୟୁ । ରୁଶଦୀ ବଞ୍ଚିଯାଇଛନ୍ତି, ତାହା ସବୁଠାରୁ ବଡ଼ କଥା ବୋଲି ସେ କହିଛନ୍ତି । ଅଗଷ୍ଟ ୧୨ ତାରିଖରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଶଦୀଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କୁ ୧୨ଥର ଛୁରିରେ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଯେ ଗୁରୁତର ହୋଇପଡ଼ିଥିଲେ । ଆକ୍ରମଣକାରୀ ଜଣକ ୨୪ ବର୍ଷୀୟ ହାଦି ମତାର ବୋଲି ଜଣାପଡ଼ିଥିଲା ।
Follow Us