କନକ ବ୍ୟୁରୋ : ଜୀବନ ମଣିଷକୁ କେତେବେଳେ କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିଦେବ ତାହା କହିହେବ ନାହିଁ । ରାଜାରାଜୁଡ଼ାଙ୍କ ଭଳି ଚଳୁଥିବା ମଣିଷ ବି ଅତି ସାଧାରଣସ୍ତରର ଜୀବନଯାପନ କରିବାକୁ ବାଧ୍ୟ ହୋଇପାରେ । ଠିକ ଏଭଳି ଘଟିଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ । ଆଜିକୁ ତିନି ଦିନ ହେବ ସେ ଜେଲର ଚାରିକାନ୍ଥ ଭିତରେ ଜଣେ ସାଧାରଣ କଏଦୀର ଜୀବନ ଜିଉଛନ୍ତି ।
ଦିନ ଥିଲା ଅୟସ ଆରାମରେ ଜୀବନ ବିତାଉଥିଲେ ରାଜ୍ୟର ପ୍ରଭାବଶାଳୀ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆକାଉଣ୍ଟକୁ ଆସୁଥିଲା କୋଟି କୋଟି ଟଙ୍କା । ଭାବୀ ଜ୍ବାଇଁ ଆକାଶ ପାଠକ ସହ ଚାର୍ଟର୍ ବିମାନରେ ଆକାଶରେ ଘୂରି ବୁଲୁଥିଲେ। ତାଜ୍ ପ୍ୟାଲେସ୍ ହୋଟେଲରେ ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦେଉଥିଲେ । କିନ୍ତୁ ସେ ଯେ ଦିନେ ଜେଲ୍ର ଚାରିକାନ୍ଥ ଦେଖିବେ, ତାହା ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ । ଗୁରୁବାର ଗିରଫ ହୋଇ ଜେଲ୍ ଯିବା ପରେ ବଦଳି ଯାଇଛି ସବୁକିଛି । ସାଧାରଣ କଏଦୀଟିଏ ପାଲଟି ଯାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ରାତିରେ ନିଦ ଆସୁନାହିଁ । ଚିନ୍ତାରେ ବିତୁଛି ଚବିଶ ଘଣ୍ଟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/27-5.jpg)