ମହାପ୍ରଭୁ କରୁଛନ୍ତି ମାନବୀୟ ଲୀଳା । ଜ୍ୱରରେ ପଡିଛନ୍ତି ମହାବାହୁ । ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ଫୁଲୁରୀ ତେଲ?

96

କନକ ବ୍ୟୁରୋ: ମହାପ୍ରଭୁ କରୁଛନ୍ତି ମାନବୀୟ ଲୀଳା । ଜ୍ୱରରେ ପୀଡିତ ହୋଇଥିବାରୁ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି । ଆଜି ଶ୍ରୀଜୀଉଙ୍କ ଶରୀରରେ ଲାଗି ହେବ ଫୁଲୁରୀ ତେଲ । ଅନବସର ସମୟରେ ବଡଓଡିଆ ମଠରୁ ପ୍ରତିବର୍ଷ ଯୋଗାଇ ଦିଆଯାଇଥାଏ ସୁଗନ୍ଧଭରା ଫୁଲୁରୀ ତେଲ ।ଦଇତାପତି ସେବକ ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଶରୀରରୁ ଉତାପ କମାଇବାକୁ ଏହି ଔଷଧୀୟ ତୈଳକୁ ପ୍ରଲେପ କରିଥାନ୍ତି । ଆଜି ପଞ୍ଚମୀରେ ଫୁଲୁରୀ ଲାଗି ରାତିରେ କରିବେ ଦଇତାପତି ସେବାୟତ । ଦଇତାପତିମାନେ ଶ୍ରୀଅଙ୍ଗରୁ ଦରଜ କମାଇବା ପାଇଁ ଏହି ଶୀତଳ ଓ ସୁଗନ୍ଧଭରା ଫୁଲୁରୀ ତେଲ ଲାଗି କରାଯାଏ । ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଯୋଗାଇଆସୁଛି ଏହି ଫୁଲୁରୀ ତେଲ ।

କେମିତି ପ୍ରସ୍ତୁତ ହୋଇଥାଏ ମହାପ୍ରଭୁଙ୍କ ଲାଗି ଫୁଲୁରୀ ତେଲ?

  • ଘଣାପେଡା ରାଶି ତେଲରେ କେତକୀ, ଜୁଇଜାଇ ମାଳତୀ, ବକୁଳ ଭଳି ସୁବାସିତ ଫୁଲ ମିଶାଯାଏ
  • ୨୭ ପ୍ରକାର ଉପାଦାନ ମିଶାଯାଇ ଫୁଲୁରୀ ତେଲ ପ୍ରସ୍ତୁତ ହୁଏ
  • ହେରାପଂଚମୀଠାରୁ ଏହି ସାମଗ୍ରୀକୁ ମାଟି ଘଡିରେ ପୁରାଇ ଗୁପ୍ତ ସ୍ଥାନରେ ପୋତାଯାଏ
  • ଜ୍ୟେଷ୍ଠଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ତୈଳକୁ ମାଟିତଳୁ କଢାଯାଏ
  • ଏହାକୁ ଅନ୍ୟ ଏକ କୋଠରୀରେ ଗୋପନୀୟ ରଖାଯିବା ପରମ୍ପରା ରହିଛି

ଆଜି ପଞ୍ଚମୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ଡାକରା ଆସିଲେ ମଠାଧୀଶ ଏହି ତୈଳକୁ ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତି ଏହାକୁ ଶ୍ରୀଅଙ୍ଗରେ ମର୍ଦନ କରିବାର ପରମ୍ପରା ରହିଛି । ତେବେ ଦଇତପତିଙ୍କ ଦ୍ୱାରା ଫୁଲୁରୀ ତେଲ ଲାଗି ଓ ପରେ ଓସ୍ୱ ପାଇ ଦେହକୁ ଆରୋଗ୍ୟ କରିଥାନ୍ତି । ଆଉ ଅନ୍ୟାନ୍ୟ ନୀତି ପରେ ପୁରା ସୁସ୍ଥ ହୋଇ ବାହାରିପଡନ୍ତି ଘୋଷଯାତ୍ରାରେ ।