କନକ ବ୍ୟୁରୋ: ଆପଣ ଯଦି ଆପଣଙ୍କ ଚାକିରୀ ଛାଡିବାକୁ ଚାହିଁଥାନ୍ତି ତେବେ ସାଧାରଣ ଭାବେ କମ୍ପୀନକୁ ଆପଣ ନୋଟିସ ଦେଇଥାନ୍ତି । ବର୍ତ୍ତମାନ ଯେଉଁ କମ୍ପାନୀରେ ଆପଣ ଚାକିରୀ କରୁଛନ୍ତି ସେଠାରେ ଆପଣଙ୍କୁ କଛି ନିର୍ଦ୍ଧିଷ୍ଟ ଅବଧିର ନୋଟିସ ଦେବାକୁ ପଡିଥାଏ । ଏହି ବ୍ୟବସ୍ଥା ପ୍ରାୟତଃ ସବୁ କମ୍ପାନୀରେ ରହିଛି । ତେବେ କଣ ନୋଟିସ ପରିୟଡ ଦେବା ଜରୁରୀ କି ? ଇସ୍ତଫା ଦେବା ପରେ ମଧ୍ୟ ଆପଣଙ୍କୁ କମ୍ପାନୀ ଏହି କାରଣରୁ ରୋକି ପାରିବ କି?  ଯଦି ଆପଣ ନୂଆ ଚାକିରୀରେ ଶୀଘ୍ର ଯୋଗଦାନ କରିବାର ଅଛି ତେବେ କମ ସମୟର ନୋଟିସ ପରିୟଡ ଦେଇପାରିବେ କି ? ତେବେ ଏସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନଥିବ । ଆସନ୍ତୁ ଜାଣିବା ଏଥିପାଇଁ କଣ ସବୁ ନିୟମ ରହିଛି ।

Advertisment

ଯେତେବେଳେ ଆପଣ କୌଣସି କମ୍ପାନୀର ଯୋଗଦାନ କରିଥାନ୍ତି ଆପଣଙ୍କୁ ଅନେକ ଦସ୍ତାବିଜରେ ଦସ୍ତଖତ କରିବା ପାଇଁ କୁହାଯାଇଥାଏ । ଏଥିରେ କମ୍ପାନୀରେ କାମ କରିବା ପାଇଁ ଅନେକ ସର୍ତ୍ତ ସାମିଲ ରହିଥାଏ । ଏହି ସବୁ ଦସ୍ତାବିଜରେ ଆପଣଙ୍କ ନୋଟିସ ପରିୟଡ ସମ୍ବନ୍ଧିତ ସମସ୍ତ ସୂଚନା ରହିଥାଏ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥାଏ ଆପଣଙ୍କ ନୋଟିସ ଅବଧି ବାବଦରେ । ଇସ୍ତଫାର କେତେ ଦିନ ଯାଏ ଆପଣଙ୍କୁ ନୋଟିସରେ ରହିବାକୁ ପଡିବ, ଯଦି ଆପଣ କମ ଅବଧିର ନୋଟିସ ପରିୟଡରେ ରହିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ କଣ ନିୟମ ଏବଂ ସର୍ତ୍ତ ରହିଛି । କେବଳ ଏତିକି ନୁହେଁ ନୋଟିସ ଅବଧି ଦେବାପାଇଁ ଚାହୁଁନାହାନ୍ତି ତେବେ ସେଥିପାଇଁ କଣ ପ୍ରକ୍ରିୟା ରହିଛି ।

ନୋଟିସ ପରିୟଡ ପାଇଁ ସେହିଭଳି କୌଣସି ନିୟମ ନାହିଁ । ପ୍ରତ୍ୟେକ କମ୍ପାନୀ ସେମାନଙ୍କ ପଲିସି ଅନୁସାରେ ଏହାର ଉଲ୍ଲେଖ କରିଥାନ୍ତି । ସାଧାରଣ ଭାବେ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ୧୫ ଦିନଠାରୁ ନେଇ ଏକ ମାସ ଯାଏର ନୋଟିସ ଅବଧି ରଖିଥାଏ । ଯେତେବେଳେ କି ସ୍ଥାୟୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ କମ୍ପାନୀ ୨ ମାସଠାରୁ ନେଇ ୩ ମାସର ନୋଟିସ ଅବଧି ରଖିଥାନ୍ତି ।

କମ୍ପାନୀ ଗୁଡିକ ନୋଟିସ ପରିୟଡ ଏଥିପାଇଁ ରଖିଥାନ୍ତି କାରଣ ଯେତେବେଳେ ସେହି ବ୍ୟକ୍ତି କମ୍ପାନୀ ଛାଡିଥାନ୍ତି ତାଙ୍କ ବଦଳରେ ଅନ୍ୟ ଜଣଙ୍କୁ ସେହିସ୍ଥାନରେ ନିଯୁକ୍ତି ଦିଆଯାଇପାରିବ । ଯେଉଁ ବ୍ୟକ୍ତି ସେହି ସମାନ କାମ କରିପାରୁଥିବେ ସେହିଭଳି ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ଦାୟିତ୍ୱ ହସ୍ତାନ୍ତର କରିପାରିବେ । ଆପଣ ଇସ୍ତଫା ଦେବା ପରେ ହିଁ କମ୍ପାନୀ ନୂଆ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଦେଇଥାଏ ।

ଯଦି ଆପଣ କମ୍ପାନୀରେ ଯୋଗଦାନ ବେଳେ ନୋଟିସ ଅବଧି ସମ୍ପର୍କିତ ଦସ୍ତାବିଜରେ ସ୍ୱାକ୍ଷର କରିଛନ୍ତି ତେବେ ଏହାର ଅର୍ଥ କମ୍ପାନୀର ସେହି ନୀତିକୁ ଆପଣ ଗ୍ରହଣ କରିଛନ୍ତି । ତେଣୁ ଇସ୍ତଫା ଦେବାବେଳେ ଆପଣଙ୍କୁ ନୋଟିସ ପରିୟଡ ଦେବା ବାଧ୍ୟତାମୂଳକ । ତେବେ କମ୍ପାନୀ ଆପଣଙ୍କୁ ନୋଟିସ ପରିୟଡ ଦେବାପାଇଁ ବାଧ୍ୟକରିପାରିବ ନାହିଁ । ଆପଣଙ୍କ ଚୁକ୍ତିରେ ଏହା ମଧ୍ୟ ଉଲ୍ଲେଖ ରହିଛି । ଏଥିରେ ନୋଟିସ ପରିୟଡ ବଦଳରେ ଆପଣଙ୍କ ବଞ୍ଚିଥିବା ଛୁଟିକୁ ମଧ୍ୟ ଗ୍ରହଣ କରି ନୋଟିସ ଅବଧି ବଦଳରେ ଅର୍ଥ ପ୍ରଦାନର ବିକଳ୍ପ ସାମିଲ ରହିଥାଏ । ଏହି ଅର୍ଥପ୍ରଦାନ ଆପଣଙ୍କ ମୂଳଦରମା ଆଧାରରେ ହୋଇଥାଏ । ତେଣୁ ଯେତେବେଳେ କମ୍ପାନୀର ମାନବ ସମ୍ବଳ ଅଧିକାରୀ ବା ଏଚଆର ଆପଣଙ୍କ ଦରମାର ଫୁଲ ପେମେଣ୍ଟ କରିଥାନ୍ତି ସେତେବେଳେ ସେ ଏହାକୁ ଗଣତି କରିଥାନ୍ତି ।