କନକ ବ୍ୟୁରୋ: କୋଚିଂ ନାହିଁ ତ ସିଭିଲ ସର୍ଭିସ ପରୀକ୍ଷାରେ ମିଳିବନି ସଫଳତା । ସମସ୍ତ ମନରେ ଏହିପରି ଧାରଣା ବର୍ଷ ବର୍ଷ ଧରି ରହିଛି । କାରଣ ପ୍ରତିବର୍ଷ ହଜାର ହଜାର ଆଶାୟୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପରୀକ୍ଷା ଦେଉଛନ୍ତି । ପ୍ରତିଯୋଗିତା ବି କଠିନ ହେବାରେ ଲାଗିଛି । ଏପରି ସ୍ଥିତିରେ କୋଚିଂ ଉପରେ ଗୁରୁତ୍ୱ ଦେଇଥାନ୍ତି ଅଶାୟୀ । ୨୦୨୦ ଓଏଏସ ପରୀକ୍ଷାର ଟପ୍ପର ହୋଇଥିବା ତେଜସ୍ୱୀନି ବେହେରା କହିଛନ୍ତି କେବଳ ମକ୍ ଟେଷ୍ଟ ପାଇଁ କୋଚିଂ ନେଇଥିଲେ । କିନ୍ତୁ ପ୍ରିଲିମ୍ ଓ ମେନ୍ ନିଜ ପ୍ରସ୍ତୁତିରେ କୃତକାର୍ଯ୍ୟ ହୋଇଛନ୍ତି ।
ଓପିଏସସି ହେଉ ଅବା ୟୁପିଏସସି ପରୀକ୍ଷା । କୃତକାର୍ଯ୍ୟ ହେଉଥିବା ପିଲାଙ୍କ ମଧ୍ୟରେ ଅଧିକାଂଶ କୋଚିଂ ସେଂଟର ଉପରେ ନିର୍ଭରଶୀଳ । ଇଚ୍ଛାଧୀନ ବିଷୟଗୁଡିକ ନିଜ ପସନ୍ଦର ହୋଇଥିବାରୁ ସେଥିରେ କୋଚିଂରେ ଆବଶ୍ୟକତା ପଡିନଥାଏ । ହେଲେ କରେଂଟ ଆଫାୟାର୍ସ, ମକ ଟେଷ୍ଟ ଏବଂ ଭାଇଭା ଭଳି ସ୍ତରର ପରୀକ୍ଷା ଲାଗି କୋଚିଂର ବିଶେଷ ଆବଶ୍ୟକତା ରହିଛି ବୋଲି ପରୀକ୍ଷାର୍ଥୀ ମତ ରଖନ୍ତି । ସେହିଭଳି ବିନା କୋଚିଂରେ ସଫଳତା ହାର ବହୁତ କମ ବୋଲି କୁହନ୍ତି କୋଚିଂ ସେଂଟର ମୁଖ୍ୟ । ଅନ୍ୟପଟେ ପରୀକ୍ଷାର୍ଥୀ କୋଚିଂ ସେଂଟର ଉପରେ ମାତ୍ରାଧିକ ଭରସାକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ ।
ସିଭିଲ ସର୍ଭିିସ ପରିକ୍ଷା ଫଳ ପ୍ରକାଶ ପାଇବା ପରେ କୋଚିଂ ସେଂଟରମାନଙ୍କ ମଧ୍ୟରେ ବ୍ୟବସାୟିକ ପ୍ରତିଯୋଗିତା ଚାଲିଥାଏ । ବିଜ୍ଞାପନ ଜରିଆରେ ପରୀକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ସେମାନେ କରିଥାନ୍ତି । ତେବେ ବଡ଼ କଥା ହେଉଛି, କୋଚିଂ ସେଂଟର କେବଳ ପରୀକ୍ଷା ପାଟର୍ନ ଉପରେ ଗୁରୁତ୍ୱ ଦେଇଥାଏ । ଗରିବ ମେଧାବୀ ପିଲା କୋଚିଂ ସେଂଟରର ମୋଟା ଅଙ୍କର ଫିସ୍ ଦେଇପାରନ୍ତି ନାହିଁ ଏବଂ ସଭିଲ୍ ସର୍ଭିସ ପରୀକ୍ଷାରେ ସେମାନେ ପଛରେ ପଡ଼ିଯାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/10/Collage-Maker-08-Oct-2022-08.12-PM.jpg)